ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର ।

0 234

ଉଲୁଣ୍ଡା ,୧୩୵୦୮(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗଣ୍ଡାବାହାଲ ସ୍ଥିତ ନିଜ ବାସଭବନରେ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ 11କେଭି ବିଦ୍ୟୁତ ତାର ଯାଇଥିବାବେଳେ ଘର ବାଲକୋନୀରେ ଲାଗିଥିବା ଷ୍ଟିଲ ରେଲିଂ ଓ ଏକ ଲୁହ ପାଇପ ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ୱାମୀ ମୃତ୍ୟୁ ବରଣ କରିଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ବାଲ୍ମୀକି ପୁରୋହିତ ବୋଲି ଜଣା ପଡିଥିବାବେଳେ ସ୍ତ୍ରୀ ସୁବାସିନୀ ପୁରୋହିତ ଗୁରୁତର ଆହତ ହୋଇ ପ୍ରଥମେ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବାଲ୍ମୀକି ଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସୋନପୁର ରୁ ଉଲୁଣ୍ଡା ପହଂଚିବା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ଉଲୁଣ୍ଡା ତହସିଲଦାର ଦିଲ୍ଲୀପ ମାଝୀ,ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ ଓ଼ ବିଦ୍ୟୁତ ବିଭାଗର ଅଧିକାରୀମାନେ ପହଂଚି ତହସିଲଦାରଙ୍କ ଉପସ୍ଥିତିରେ ବିଦ୍ୟୁତ ବିଭାଗ ଅଧିକାରୀ କ୍ଷତିପୂରଣ ବାବଦକୁ ତିନି ଲକ୍ଷ ଟଙ୍କା ଏବଂ ମୃତ ବାଲ୍ମୀକି ଙ୍କ ପୁଅକୁ ଚାକିରୀ ପ୍ରତିଶୃତି ଦେବା ସହ ଘର ଆଗରେ ଥିବା ତାରକୁ ପ୍ଲାଷ୍ଟିକ କଭର କରିବା ଏବଂ ଆଗକୁ ତାରକୁ ହଟାଯିବ ବୋଲି ସୂଚନା ଦେଇଥିଲେ । ସେହିଭଳି ସହରର ବିଭିନ୍ନ ସ୍ଥାନରେ ଓହଳି ରହିଥିବା ତାର ତଥା ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମର ର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.