ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ।

0 343

ବେଲଗୁଣ୍ଠା,୨୬/୦୬(ପିପିଟି);ଗାଙ୍ଗପୁର ଥାନା ଅଧିନ ନେଟେଙ୍ଗା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣ ହେଲେ ଅରୁଣ କୁମାର ନାୟକ ଙ୍କ ସ୍ତ୍ରୀ ଲଷ୍ମୀ ନାୟକ (୨୭)। ସେ ଆଜି ସକାଳ ସମୟରେ ଘରବାରି ପଟେ ଥିବା ପାଣି ମୋଟର ସୁଇଚ୍ ଲଗେଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଚାଲି ଆସିଥିଲେ। ବିଦ୍ୟୁତ ଆଘାତ ପାଇଁ ଲଷ୍ମୀ ଚିତ୍କାର କରି ଉଠିଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ। ବିଦ୍ୟୁତ ସଂଯୋଗ କାଟି ଗୁରୁତର ଅବସ୍ଥାରେ ଲଷ୍ମୀଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇଁ ଗାଙ୍ଗପୁର ପୁଲିସ ମେଡ଼ିକାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଗାଙ୍ଗପୁର ଥାନାରେ ୧୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଲଷ୍ମୀଙ୍କର ତିନି ବର୍ଷ ଓ ୭ବର୍ଷର ଦୁଇଟି କନ୍ୟା ସନ୍ତାନ ରହିଥିବା ଜଣାପଡିଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.