ଉଲୁଣ୍ଡା,୧୧/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଭଜବଳପୁର, ଲଙ୍କାବାହାଲ, ପତ୍ରାପାଲି, ହିକୁଡି ଓ ଅନେକ ବ୍ୟକ୍ତିଗତ ଡିପ ବୋର ୱେଲ ତଥା ଉଠା ଜଳସେ ଚନ ପୋଏଣ୍ଟ ରୁ ଚାଷ କରିଥିବା ଚାଷୀ ମାନଙ୍କ ଠାରୁ ଟାଟା ପାୱାର କମ୍ପାନୀ ତରଫରୁ ଜୋର ଜବରଦସ୍ତ ବେଆଇନ ଭାବରେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ବକେୟା ଏରିୟର ଆଳରେ ଟାଟା ପାୱାର କମ୍ପାନୀ ର ବୀରମହାରାଜପୁର ଓ ସୁବଳୟା ସେକ୍ସନ ଅଧିକାରୀ ମାନେ ଉଲୁଣ୍ଡା ଏସଡିଓ ଶ୍ରୀ ରାଓ ଙ୍କ ସହ ଚାଷୀ ମାନଙ୍କୁ ଧମକ ଦେଇ ବେଆଇନ ଭାବରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି । ଅପର ପକ୍ଷରେ ଯେଉଁ ଗ୍ରାମର ଟ୍ରାନ୍ସଫର୍ମର ଖରାପ ହୋଇଛି ତାକୁ ବାରମ୍ବାର ତାଗିଦ ପରେ ମଧ୍ୟ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଯାହାର ଉଦାହରଣ ଭଜବଲପୁର ଗ୍ରାମରେ ଦେଖିବାକୁ ମିଳିଛି ।ବିଜୁଳି ଅଭାବରୁ ଏଲ ଆଇ ପଏଣ୍ଟ ଅଚଳ ହୋଇ ପଡିରହିଛି । ଏଲ ଆଇ ପଏଣ୍ଟ ନ ଚଳିଲେ ଧାନ ଚାଷ ସମ୍ପୂର୍ଣ୍ଣ ମରିଯିବ ଓ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । କେଉଁ ଉଦ୍ଦେଶ୍ୟ ରଖି ବିଜୁଳି ସଂଯୋଗ କରାଯାଉ ନାହିଁ ଜଣାପଡ଼ୁନାହିଁ । ପୁଣି ଜାଣିଶୁଣି ଚାଷୀ ତଥା ଜନସାଧାରଣଙ୍କୁ ହଇରାଣ ହରକତ କରାଯାଉଛି । ଟାଟା ପାୱାର କମ୍ପାନୀର ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଯୁବ ନେତା ବଳଦେବ ବେଦବାକଙ୍କ ନେତୃତ୍ୱ ରେ ସଂଜିତ ମେହେର, ବଳରାମ ମେହେର, ଗଣେଷ କୁମାର ମେହେର, ଭଗବାନ ସେଠୀ, ପଞ୍ଚ ନା ଏକ, ସମାରୁ ମେହେର, କାର୍ତ୍ତିକ ପଧାନ, ସୁବଳ ଭୋଇ, ଧରଣୀ ମେହେର, କିଶୋର ମେହେର, ତ୍ରିଲୋଚନ ମେହେର, ନବୀନ ମେହେର, ବଳରାମ ମେହେର, ପଙ୍କଜ କୁମାର ନାୟକ ଓ ରାଧେଶ୍ୟାମ ଶଙ୍ଖୁଆ ପ୍ରମୁଖ ବୀରମହାରାଜପୁର ଥାନାର ଆଇ ଆଇ ସି ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ମାନେ ଅଭିଯୋଗ ପତ୍ର ରେ ଦର୍ଶାଇ ଛନ୍ତି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )
Prev Post