ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କୁ ଆକ୍ରମଣ ।

0 273

ବେଲଗୁଣ୍ଠା,୧୮/୧୧(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ନୁଣିପଡା ଗ୍ରାମରେ ବିଦ୍ୟୂତ୍ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି ଏବଂ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ,ନୁଣିପଡା ଗ୍ରାମରେ ବିଦ୍ୟୁତ୍ ଚୋରୀ ହେଉଥିବା ଖବର ବିଭାଗୀୟ କର୍ମଚାରୀଙ୍କୁ ମିଳିଥିଲା । ଗତକାଲି ବିଭାଗୀୟ ସ୍କ୍ୱାର୍ଡ କିଛି ପରିବାର ବିଦ୍ୟୁତ୍ ଚୋରୀ କରୁଥିବା ସନ୍ଦେହ କରି ଗ୍ରାମକୁ ଯାଇଥିଲେ ।ଚଢାଉ କରିବା ସମୟରେ କିଛି ଗ୍ରାମବାସୀ ସେମାନଙ୍କୁ ଆକ୍ରମଣ କରିଥିଲେ ବୋଲି ବିଦ୍ୟୁତ୍ କର୍ମଚାରୀ ମାନେ ଗାଙ୍ଗପୁର ଥାନାରେ ଅଭିଯୋଗ କରିବା ସହିତ ୩ ଜଣ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ କରିଛନ୍ତି ।ଏ ନେଇ ଗାଙ୍ଗପୁର ପୋଲିସ ୫୩୮/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୁଚନା ଦେଇଛନ୍ତି । ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, କିଛି ନିର୍ଦିଷ୍ଟ ବିଦ୍ୟୁତ କର୍ମଚାରୀ ଆକ୍ରୋଶ ମୁଳକ ଭାବେ କିଛି ନିର୍ଦିଷ୍ଟ ଘରେ ଚଢ଼ାଉ କରୁଥିଲେ ଏବଂ କର୍ମଚାରୀ ମାନଙ୍କ ଭାଷା ଅଶାଳୀନ ଥିଲା । ତେଣୁ ଉତ୍ତେଜନା ସୃଷ୍ଟି ହୋଇଥିଲା ବୋଲି ଆଲୋଚନା ହେଉଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.