ବିଦ୍ୟୁତ ଖୁଣ୍ଟ ପଡି ଶିଶୁ ପୁତ୍ରର ମୃତ୍ୟୁ।

0 330

ବୋଲଗଡ଼,୨୪/୦୮(ପିପିଟି):ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଫାରିଆସାହିରେ ଆଜି ସକାଳେ ଜଣେ ଶିଶୁପୁତ୍ର ଗାଁ ଦାଣ୍ଡରେ ଖେଳୁଥିବାବେଳେ ତାଙ୍କ ଉପରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି । ସମ୍ପୃକ୍ତ ଗ୍ରାମର ମନୋରଞ୍ଜନ ବେହେରାଙ୍କ ପୁଅ ସାଇରଞ୍ଜନ ବେହେରା (୫)ଆଜି ସକାଳ୮ ଟାରେ ଦାଣ୍ଡରେ ଖେଳୁଥିଲେ ।ତାଙ୍କ ଘର ସାମନାରେ ଥିବା ଏକ ପୁରୁଣା ବିଦ୍ୟୁତ ଖୁଣ୍ଟକୁ ଉଠାଇବା ପାଇଁ ଏକ ନୂଆ ସିମେଣ୍ଟ ବିଦ୍ୟୁତ ଖୁଣ୍ଟ ତାଙ୍କ ଘର ଆଗରେ ପୋତାଯାଇଥିଲା । କିନ୍ତୁ ଏଥିରେ ତାର ଟଣାଯାଇନଥିଲା । ସେ ଖେଳୁଥିବା ସମୟରେ ଉକ୍ତ ଖୁଣ୍ଟଟି ଭାଙ୍ଗି ତା ଉପରେ ପଡିଯାଇଥିଲା । ଫଳରେ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.