ବିଦ୍ୟୁତ ଖୁଣ୍ଟ ଚୋରି କରୁଥିବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲା ଚୋର,୪ ଜଣ ଫେରାର ।

0 201

ଉଲୁଣ୍ଡା,୦୮/୦୫(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଂଚଳରେ ଏବେ ବିଦ୍ୟୁତ ଖୁଣ୍ଟ ଚୋର ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି । ବିଳମ୍ବିତ ରାତ୍ରିରେ ଗ୍ୟାସ କଟର ସାହାଯ୍ୟରେ ଲୁହା ଖୁଣ୍ଟ କାଟି ନେଉଥିବାର ଦେଖିବାକୁ ମିଳିଛି । ଗତ ବିଳମ୍ବିତ ରାତିରେ ମାଟୁପାଲି ଗାଁରେ ଏକ ବିଦ୍ୟୁତ ଲୁହା ଖୁଣ୍ଟି ଚୋର ଗ୍ୟାଙ୍ଗର ଜଣକୁ ଗ୍ରାମବାସୀ କାବୁ କରି ଉଲୁଣ୍ଡା ଥାନାରେ ଜିମା ଦେଇଛନ୍ତି । ଅନ୍ୟ ଚାରି ଜଣ ଖସିଯିବାରେ ସକ୍ଷମ ହୋଇଛନ୍ତି ।ଚୋରି କାମରେ ବ୍ୟବହୃତ ଏକ ବୋଲେରୋ ପିକଅପ ଭ୍ୟାନ(ଓଡ଼ି ୧୭ ଏନ୬୪୧୯) ଗ୍ୟାସ କଟର ଆଦି ଜିନିଷ ଜବତ ହୋଇଛି । ଉଲୁଣ୍ଡା ଅଂଚଳରେ ନୂତନ ଗ୍ରୀଡ କାମ ପାଇଁ ପୋତା ଯାଉଥିବା ଲୁହା ଖୁଣ୍ଟକୁ ଏମାନେ ଚୋରି କରି ନେଉଥିଲେ । ସୂଚନାନୁସାରେ ଗତ ବିଳମ୍ବିତ ରାତିରେ ଏହି ଚୋର ଗ୍ୟାଙ୍ଗ ଉଲୁଣ୍ଡା ଥାନା ମାଟୁପାଲି ଗ୍ରାମ ନିକଟରେ ବିଦ୍ୟୁତ ଲୁହା ଖୁଣ୍ଟ ଗ୍ୟାସ କଟର ସାହାଯ୍ୟରେ କଟୁଥିବାବେଳେ ଗ୍ରାମବାସୀ ଦେଖିଦେଇଥିଲେ । ଗ୍ରାମବାସୀଙ୍କୁ ଦେଖି ଦୌଡ଼ି ପଳାଉ ଥିବା ସମୟରେ ଏମାନଙ୍କ ମଧ୍ୟରୁ ଜଣେ ହାବୁଡ଼ରେ ପଡିଯାଇଥିବାବେଳେ ଅନ୍ୟ ଚାରି ଜଣ ଫେରାର ହୋଇଯାଇଥିଲେ ।ଗାଁ ଲୋକେ ସେଇ ଜଣକୁ କାବୁ କରି ଉଲୁଣ୍ଡା ଥାନାରେ ଜିମା ଦେଇଛନ୍ତି । ଆଗରୁ ମଧ୍ୟ ବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗରେ ମାମଲା ରୁଜୁ ଜୋଇଥିବା ଜଣାପଡିଛି । ଉଲୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜିବା ସହ ଅଧିକ ତଦନ୍ତ ଜାରି ରଖିଛି ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.