ବିଦ୍ୟୁତ ଆଘାତରେ ଅର୍ଦ୍ଧ ଦଗ୍ଧ ମାଙ୍କଡ଼ର ସଫଳ ଚିକିତ୍ସା ।

0 296

ମାଲକାନଗିରି,୦୫/୦୭(ପିପିଟି): ଆଜି ଦିନ ପ୍ରାୟ ଦଶ ଘଟିକା ସମୟରେ ଓଡିଶା ଜଳ ବିଦ୍ୟୁତ ନିଗମର ବିଦ୍ୟୁତ ସମ୍ପ୍ରସାରଣ ୟୁନିଟ ଠାରେ ଏକ ମାଙ୍କଡ଼ ବିଦ୍ୟୁତ ଆଘାତ ରେ ପଡି ଯାଇଥିଲା । ଏହା ଦେଖି ନିଗମର କର୍ମଚାରୀ ତାକୁ ପ୍ରାଣୀ ଚିକିତ୍ସାଳୟ ବାଲିମେଳାକୁ ଆଣିଥିଲେ । ଚିକିତ୍ସା ଅଧିକାରୀ ଡ. ସୌମ୍ୟ ରଞ୍ଜନ ଖଟୁଆ ତୁରନ୍ତ ପ୍ରାଥମିକ ଯାଞ୍ଚ ପରେ ମାଙ୍କଡ଼ର ବାମ ଗୋଡ଼ରେ ୩୦ ପ୍ରତିଶତ ପୋଡ଼ି ଯାଇ ଥିବାର ଦେଖିଥିଲେ ଏବଂ ଡାହାଣ ହାତରେ ଦେଢ଼ ଇଞ୍ଚର ଗଭୀର କ୍ଷତ ବି ଦେଖିଥିଲେ । ତୁରନ୍ତ ଆଶୁ ଚିକିତ୍ସା କରି ସାଲାଇନ ଦେବା ସହ କ୍ଷତ ଜାଗାରେ ପାଞ୍ଚୋଟି ସିଲେଇ କରି ତାର କ୍ଷତ ମାଂସ ସ୍ଥାନରେ ନିସ୍ତେଷକ ଇଞ୍ଜେସନ ଦେଇ ଥିଲେ । ପ୍ରାୟ ତିନି ଘଣ୍ଟାର ଚିକିତ୍ସା ପରେ ମାଙ୍କଡ଼ ଟି ଉଠି ବସିଥିଲା । ପରେ ତାକୁ ଓଏଚପିସି ତରଫରୁ ବନ ଵିଭାଗକୁ ହସ୍ତାନ୍ତର କରା ଯାଇଥିଲା । ସାତ ଦିନ ପର୍ଯ୍ଯନ୍ତ ଵନ ବିଭାଗ ପାଖର ରହି ମାଙ୍କଡଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଜଙ୍ଗଲରେ ଛାଡି ଦିଆଯିବ । ସର୍ବଦା ସହଯୋଗୀ କର୍ମଚାରୀ ଅଭାବ ଥିବା ବାଲିମେଳା ପ୍ରାଣୀ ଚିକିତ୍ସାଳୟରେ କେବେ ସର୍ଜରୀ ଦ୍ୱାରା ଛେଳି ପ୍ରସବ, କେବେ କୁମ୍ଭୀରକୁ ଅସ୍ତ୍ରୋପଚାର ତ କେବେ କ୍ଷତାକ୍ତ ଅଜଗରକୁ ସୁସ୍ଥ କରିବା ପୁଣି ଫାଶ ରେ ପଡି ଗଭୀର କ୍ଷତାକ୍ତ କୁଟୁରା ହରିଣକୁ ଭଲ କରି ଚର୍ଚ୍ଚା ରେ ଥିବା ଡ଼ା ଖଟୁଆ ପୁନଃ ଏହି ମାଙ୍କଡ଼ର ଜୀବନ ବଞ୍ଚେଇବା କଥା ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି । ତାଙ୍କ ସହ ସହଯୋଗୀ ବିଷ୍ଣୁ ବରାଡ ଓ ଭୀମ ମାଝୀ ଙ୍କୁ ମଧ୍ୟ ଉତ୍ତମ ସହଯୋଗୀ ପାଇଁ ପ୍ରଶଂସା କରୁଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.