ବିଦ୍ୟୁତ୍ ଆଘାତରେ ଜଣେ ମୃତ ।

0 280

ବେଲଗୁଣ୍ଠା,୨୯/୦୯(ପିପିଟି): ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ପ୍ରକାରେ କୁଲାଙ୍ଗି ଗ୍ରାମର ବୃନ୍ଦାବନ ବେହେରା (୫୨) ଆଜି ସକାଳ ଆଠ ଘଣ୍ଟା ସମୟରେ ସେହି ଗ୍ରାମର ଚଟିଆ ସ୍ୱାଇଁଙ୍କ ଘରେ ଶ୍ରମିକ ଭାବେ କାମ କରୁଥିଲେ । ସେ ହଠାତ୍ ପାଣି ପମ୍ପର ବିଦ୍ୟୁତ୍ ମୋଟର ସଂସ୍ପର୍ଶରେ ଆସିଯିବା ଫଳରେ ଗୁରୁତର ଭାବେ ଆହତ ହେବା ସହିତ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଘଟଣା ସମ୍ପର୍କରେ ମୃତ ବୃନ୍ଦାବନଙ୍କ ପୁଅ ପିଣ୍ଟୁ ଗାଙ୍ଗପୁର ଥାନାରେ ଜଣାଇବା ପରେ ପୋଲିସ୍ କେଶ୍ ନମ୍ବର୍ ୨୬/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଭଞ୍ଜନଗର ମେଡିକାଲ୍ ରେ ବୃନ୍ଦାବନଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.