ବିଦ୍ୟା ଦାୟିନୀ ମାଆ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ।

0 462

ଭଞ୍ଜନଗର,୦୬/୦୧(ପିପିଟି): ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟା ଦାୟିନୀ ମାଆ ସରସ୍ବତୀଙ୍କ ପୂଜା ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ କରୋନା କଟକଣା ମଧ୍ୟରେ ଶନିବାର ପାଳନ କରାଯାଇଥିଲା।ପୂଜା ମଣ୍ଡପ ଗୁଡିକରେ କମ ସଂଖ୍ୟକ ଛାତ୍ରଛାତ୍ରୀ ପୂଜାରେ ନୂତନ ପୋଷାକ ସହ ଭୋଗ ସାମଗ୍ରୀ ଧରି ଯୋଗଦେଇଥିଲେ। ଭଞ୍ଜନଗର ସହର ବାଇପାସ ନିକଟରେ ଥିବା ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ପୂଜା ଅନୁଷ୍ଠିତ ହୋଇଥିଲା।ସେହିପରି ୟୁବି ହାଇସ୍କୁଲ, ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ସତ୍ୟ ସାଇ ବିଦ୍ୟା ବିହାର,ତ୍ରିପାଠୀ ଟ୍ୟୁଟୋରିଆଲ, ମୁଖ୍ୟ ଡାକଘର ସମେତ ବିଭିନ୍ନ ସ୍ଥାନରେ ମଧ୍ୟ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.