ବାଲିଗୁଡା,୧୦/୦୩(ପିପିଟି); ହସ ଖୁସିରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ୩ ଜଣ ପିଲାଙ୍କ ଉପରେ ବିଦ୍ୟାଳୟ ପ୍ରାଚୀର ମାଡ଼ି ବସିବାରୁ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି। ଏହା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଛାତ୍ରୀଜଣଙ୍କ ହେଲେ ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲକାଟି ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରିଷିକା ପ୍ରଧାନ(୧୧),ସେହିପରି ଗୁରୁତର ହୋଇଥିବା ଦୁଇ ଜଣ ଛାତ୍ର ହେଲେ ଭୀମସେନ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ଜମ୍ବୁ ପ୍ରଧାନଙ୍କ ପୁଅ ଶୁଭମ ପ୍ରଧାନ (୧୨),ସୂଚନା ମୁତାବକ, ବେଲକାଟି ଅଙ୍ଗନବାଡ଼ି କେନ୍ଦ୍ରରେ ବୁଧବାର ମଶାରି ବଣ୍ଟନ ହେଉଥିଲା । ଏଥିପାଇଁ ଗ୍ରାମର ସବୁ ମା’ ମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ । ତେବେ ଉକ୍ତ ତିନି ଜଣ ପିଲା ସେମାନଙ୍କ ମା’ ଙ୍କ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ମଶାରି ପାଇଁ ଯାଇଥିଲେ । ମଶାରି ବଣ୍ଟନ ଚାଲିଥିବା ବେଳେ ଉକ୍ତ ତିନି ଜଣ ସ୍ଥାନୀୟ ବେଲକାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରକୁ ଯାଇ ଖେଳିଥିଲେ । ଏହି ସମୟରେ ହଠାତ୍ ତାଙ୍କ ଉପରେ ବିଦ୍ୟାଳୟ ପ୍ରାଚୀଳ ମାଡ଼ି ବସିଥିଲା । ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ରିଷିକାକୁ ଡାକ୍ତର ମୃତ ଘୋଷାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଛାତ୍ରଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)
Prev Post
Next Post