ବିଦ୍ୟାଳୟ ପରିସରରେ ଜମୁଥିବା ବର୍ଷା ପାଣି ନିଷ୍କାସନର ସୁବିଧା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ନିବେଦନ।

0 286

ବୋଲଗଡ଼,୦୬/୦୮(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୭ ମସିହା ରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ହତାଭିତରେ ଚାଲୁଅଛି। ଏହି ବିଦ୍ୟାଳୟରେ ପାଞ୍ଚ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ବିଦ୍ୟା ଅଧ୍ୟୟନ କରିଥାନ୍ତି। ଚଳିତ ବର୍ଷ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଚାରିଶହ ପଚାଷରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ବିଦ୍ୟା ଅଧ୍ୟୟନ କରୁଛନ୍ତି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୫ଟିରେ ଯାଇଛି କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଟିକିଏ ବର୍ଷା ହେଲେ ବାହ୍ୟପାଣି ଭିତରକୁ କାନ୍ଥ ଭାଙ୍ଗି ଓ ପାଇଖାନା ଭିତର ଦେଇ ବିଦ୍ୟାଳୟ ପ୍ରାଙ୍ଗଣରେ ବର୍ଷା ପାଣି ପ୍ରବେଶ କରୁଛି। ସେହି ବର୍ଷା ପାଣି ଦୁଇ ଫୁଟ ଉଚ୍ଚତାରେ ବିଦ୍ୟାଳୟ ପରିସରରେ ଜମା ହୋଇ ରହୁଅଛି। ଜମି ରହୁଥିବା ବର୍ଷାପାଣି ନିଷ୍କାସନ ହେବାର କୌଣସି ସୁବିଧା ନାହିଁ। ଯାହାଫଳରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟ୍ୟାନ ଭୋଜନ ରୋଷେଇ ଘରେ ବର୍ଷା ପାଣି ପ୍ରବେଶ କରୁଥିବାରୁ ମଧ୍ୟାନ ଭୋଜନ ପ୍ରସ୍ତୁତି ଓ ପରିବେଶଣ ରେ ବାଧାପ୍ରାପ୍ତ ହୋଇଛି। ପାଇଖାନା ମଧ୍ୟ ବ୍ୟବହାର ରେ ଆସିପାରୁନାହିଁ।ଏପରିକି ସେହି ବର୍ଷା ପାଣି ଶ୍ରେଣୀ ଗୃହ ଓ ଅଫିସଗୃହରେ ମଧ୍ୟ ପସି ଯାଇଥାଏ। ତେଣୁ ଉକ୍ତ ବିଦ୍ୟାଳୟରୁ ବର୍ଷା ପାଣିର ପ୍ରବେଶ ନିଷେଧ ସହିତ ପାଣି ନିଷ୍କାସନର ବ୍ୟବସ୍ଥା ପାଇଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ପାଟ୍ଟଯୋଶୀ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ନିବେଦନ କରିଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.