ବିଦ୍ୟାଳୟ ତୁରନ୍ତ ଖୋଲିବା ଦାବି କରି ଧାରଣାରେ ବସିଲେ ଶିକ୍ଷକ ଶିକ୍ଷୟିତ୍ରୀ।

0 379

ବୋଲଗଡ଼,୧୬/୦୩(ପିପିଟି); ବିଦ୍ୟାଳୟ ତୁରନ୍ତ ଖୋଲିବା, ୧୦ ଶତକଡା ସଂରକ୍ଷଣ ବାତିଲ୍, ସ୍ଥାୟୀ ଏନ୍.ଓ.ସି. ଇତ୍ୟାଦି ୧୨ ଦଫା ଦାବିରେ ଅପୋସା ତରଫରୁ ଭୁବନେଶ୍ୱର ଲୋୟର ପି.ଏମ୍.ଜି. ଠାରେ ରାଜ୍ଯ ସ୍ତରୀୟ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆଜି ବିଧାନସଭା ସମ୍ମୁଖସ୍ଥ ଲୋୟର ପିଏମଜି ଧାରଣାସ୍ଥଳ ଠାରେ ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ ଅପୋସା ତରଫରୁ ଏକ ବିକ୍ଷୋଭ ସମାବେଶ ଆୟୋଜନ ହୋଇଯାଇଛି। ଏହି ସମାବେଶ ରେ ସାରା ରାଜ୍ଯ ରୁ ପ୍ରାୟ ଦୁଇ ହଜାର ରୁ ଅଧିକ ଘରୋଇ ବିଦ୍ୟାଳୟର ପରିଚାଳନା ମଣ୍ଡଳୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ। ବିଦ୍ୟାଳୟ ଗୁଡିକ ତୁରନ୍ତ ଖୋଲିବା ଦାବି ସହ ୧୨ ଦଫା ଦାବିକୁ ନେଇ ଏହି ଧାରଣା ଦିଆଯାଇଥିଲା। ଏହି ସମାବେଶରେ ଅପୋସା ର ରାଜ୍ଯ ସଭାପତି ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର ସ୍ବବକ୍ତବ୍ୟରେ କହିଛନ୍ତି ଯେ ‘ ରାଜ୍ଯ ସରକାର ଙ୍କର କେବଳ ଘରୋଇ ବିଦ୍ୟାଳୟ ନୁହେଁ ବରଂ ଘରୋଇ ଶିକ୍ଷା ବ୍ୟବସ୍ଥା ପ୍ରତି ଯେଉଁ ବୈମାତୃକ ମନୋଭାବ ସ୍ରୁଷ୍ଟି ହୋଇଛି ତାହା ବରଖାସ୍ତ କରାଯିବ ନାହିଁ। କରୋନା ମହାମାରୀ ଜନୀତ ଆଳ ଦେଇ ରାଜ୍ଯ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନିମନ୍ତେ ପ୍ରସ୍ତୁତ ନୁହଁନ୍ତି, ମାତ୍ର ଅପରପକ୍ଷେ ଅଙ୍ଗନୱାଡି, ଉଚ୍ଚ ବିଦ୍ୟାଳୟର ନବମ ରୁ ଦ୍ବାଦଶ ଶ୍ରେଣୀ ପଯ୍ୟନ୍ତ ଶିକ୍ଷାନୁଷ୍ଠାନ , ଧାର୍ମିକାନୁଷ୍ଠାନ, କ୍ରୀଡାନୁଷ୍ଠାନ, ବ୍ଯବସାୟ ପ୍ରତିଷ୍ଠାନ, ସଭାସମିତି, ଯାତ୍ରା ପାର୍ଟି ତଥା ଏକ ହଜାର ରୁ ଦୁଇ ହଜାର ଲୋକଙ୍କ ଉପସ୍ଥିତିରେ ହେଉଥିବା ରାଜନୈତିକ ସମ୍ମିଳନୀ ଇତ୍ୟାଦିକୁ କଟକଣା ମୁକ୍ତ କରିଅଛନ୍ତି। ସେହିପରି ଅପୋସା ର ସାଧାରଣ ସମ୍ପାଦକ ଅବନି କୁମାର ସୁତାର୍ ଏ ଆନ୍ଦୋଳନ କୁ ବିଦ୍ୟାଳୟ ନ ଖୋଲିବା ପର୍ଯ୍ୟନ୍ତ ତଥା ଘରୋଇ ବିଦ୍ୟାଳୟର ଅନ୍ୟାନ୍ୟ ଦାବି ଉପରେ ସରକାର ଆଲୋଚନା ନ କରିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୁଚାଇ ଦେଇଥିଲେ। ଏହି ସମାବେଶରେ ଅପୋସା ର ବରିଷ୍ଠ ନେତୃ ମଣ୍ଡଳୀ ଅଜିତ୍ କୁମାର ଦାଶ, ପ୍ରଦ୍ୟୁମ୍ନ ମିଶ୍ର, ରମା ବଲ୍ଲଭ ପରିଡ଼ା, ଶିଶିର ପାଇକରାୟ, ଅଭିମନ୍ୟୁ ନାୟକ ପ୍ରମୁଖଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ଓ ବ୍ଲକ ସ୍ତରୀୟ ନେତୃମଣ୍ତଳୀ ଉପସ୍ଥିତ ରହି ରାଜ୍ଯ ସରକାରଙ୍କର ମନମୁଖି ନିତୀର ଦୃଢ ନିନ୍ଦା କରିବା ସହ ରାଜ୍ଯ ସରକାର ତୁରନ୍ତ ବିଦ୍ୟାଳୟ ର ଅନ୍ୟାନ୍ୟ ଶ୍ରେଣୀ ଗୁଡିକୁ ଖୋଲି ଛାତ୍ରଛାତ୍ରୀ ମାନେ କୋଭିଡ୍ କଟକଣା ନିୟମ ପାଳନ କରି ବିଦ୍ୟାଳୟ ରେ ଏସ.ଓ.ପି. ଜାରି କରି ପାଠପଢା ଆରମ୍ଭ ହେଉ, ନଚେତ୍ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୁପ ଧାରଣ କରିବକରିବ ବୋଲି ଜଣାଇ ଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.