ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ।

0 234

ହିଞ୍ଜିଳିକାଟୁ,ତା-୧୯/୧୧(ପିପିଟି) ; ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମି ବିଦ୍ୟାଳୟରେ ଦୀର୍ଘ ୩୦ ବର୍ଷ ଧରି ଲେବେଲ-୩ ପ୍ରଧାନ ଶିକ୍ଷକ ନିଯୁକ୍ତି ନଥିବାରୁ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରିବା ସହ ନିଯୁକ୍ତି ନିମନ୍ତେ ବାରମ୍ବାର ଉଚ୍ଚପଦାଧିକାରୀଙ୍କୁ ଲିଖିତ ଆକାରରେ ଦାବିପତ୍ର ପ୍ରଦାନ କରି ଆସୁଥିଲେ କିନ୍ତୁ କିଛି ସୁଫଳ ମିଳୁ ନଥିଲା। କିଛିଦିନ ତଳେ ପୁଣି ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ଏହାକୁ ଗୁରୁତର ସହ ନେଇ ଏହି ବିଦ୍ୟାଳୟ ପାଇ ଏକ ଲେବଲ୍-୩ ପ୍ରଧାନ ଶିକ୍ଷକ ଶିବରାମ ସେଠୀ ଙ୍କୁ ନିଯୁକ୍ତି କରିଛନ୍ତି ଏବଂ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ବିଦ୍ୟାଳୟର ସାମାଜିକ ସମୀକ୍ଷା କମିଟିର ସଭ୍ୟ ନୀଳ ଭଉଳ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଚିତ୍ରସେନ ଖଟାଇ ପୁଷ୍ପ ଗୁଚ୍ଛ ଦେଇ ପ୍ରଧାନ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥିତ ରେ ସ୍ୱାଗତଂ ଜଣାଇଥିଲେ । ଆଜିର ଏହି ଦିବସ ରାଳବ ଗ୍ରାମ ପାଇଁ ଏକ ଐତିହାସିକ ଦିବସ କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ଦୀର୍ଘ ୩୦ ବର୍ଷ ପରେ ଏହି ବିଦ୍ୟାଳୟକୁ ଲେବେଲ ୩ ପ୍ରଧାନ ଶିକ୍ଷକ ଆସି ଯୋଗଦାନ କରିଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ସରକାରଙ୍କ ଏଭଳି ଏକ ସାମାଜିକ ଶିକ୍ଷାନ୍ନୋତି ପଦେକ୍ଷପ କୁ ଗ୍ରାମବାସୀ ଅଭିବାଦନ ଜଣାଇଛନ୍ତି ।

(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Leave A Reply

Your email address will not be published.