ଶେରଗଡ,୨୩/୦୩(ପିପିଟି); ଶେରଗଡ ବ୍ଲକର ଶେରଗଡ ଡିଭିଜନର ଅଧିନସ୍ଥ ଶେରଗଡ, ପାଟପୁର, କଙ୍କୋରଡା ସେକ୍ସନର ସମସ୍ତ ବିଦ୍ଯୁତ ବିଭାଗର କାର୍ଯ୍ୟରତ କର୍ମଚାରୀ ଆଜି ଏସ.ଡ଼ି.ଓ ଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଧାରଣା ଦେଇଥିଲେ ଏସ.ଡ଼ି.ଓ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ତିନିଟି ଯାକ ସେକ୍ସନର କୌଣସି କାର୍ଯ୍ୟ ତଦାରଖ କରୁନାହାଁନ୍ତି କି କୌଣସି କାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ଏସ.ଡ଼ି.ଓ କୌଣସି ସେକ୍ସନ କୁ କୌଣସି କର୍ମଚାରୀଙ୍କ କଥା ନ ଶୁଣି ଆସଭ୍ୟ ଭାଷାରେ ଗାଳି କରିବା ସହ କର୍ମଚାରୀଙ୍କୁ ‘ତୁ’ ତା କରି ଖରାପ ବ୍ୟବହାର କରୁଥିବା ସହ କାର୍ଯ୍ୟରୁ ନିଲମ୍ବିତ କରିବାକୁ ଧମକ ମଧ୍ୟ ଦେବାର ଅଭିଯୋଗ କରିଛନ୍ତି। ବିଦ୍ୟୁତ ଉପଭୋକ୍ତାଙ୍କ ମିଟର ତଥ୍ୟ ସଂଗ୍ରହ କରି କର୍ମଚାରୀ ଏସ.ଡ଼ି.ଓ ଙ୍କୁ ତଦାରଖ ପାଇଁ ଦେଲେ ଏସ.ଡ଼ି.ଓ ନିଜେ ତଦନ୍ତ ନ କରି ବାହାର ପିଲାଙ୍କୁ ପଠାଇ ବିଦ୍ୟୁତ ଉପଭୋକ୍ତାଙ୍କ ମିଟର ଭୁଲ ଥିବା ଦର୍ଶାଇ ନିଜ ପକେଟ ଗରମ କରୁଥିବା ଅଭିଯୋଗ କରଛନ୍ତି କର୍ମଚାରୀ। କରୋନା ସମୟରେ ଦୀପକ ଗୌଡ଼ ନାମକ କର୍ମଚାରୀ ଯିଏ କି କାର୍ଯ୍ୟରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇ ମେଡ଼ିକାଲ ଚିକିତ୍ସା ଧୀନ ଥିବା ବେଳେ ତାଙ୍କୁ ନ ଜଣାଇ କାର୍ଯ୍ୟରୁ ଛଟେଇ କରିବା ସହ ଅନ୍ୟ ପିଲାଙ୍କୁ ନିଯୁକ୍ତି ଦେଇ ଥିବା ଦୀପକ ଗୌଡ଼ କହିଛନ୍ତି। କାର୍ଯ୍ୟରେ ପୁନର୍ବାର ଯୋଗ ଦେବାକୁ ୨୦ ହଜାର ଏସ.ଡ଼ି.ଓ ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି ।ତୁରନ୍ତ ଉକ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହ ଏସ.ଡ଼ି.ଓ ବଦଳି କରିବା ଦାବି କରିଛନ୍ତି ଏହାର ପ୍ରତିବାଦ ଆଜି ଶେରଗଡ ସବ-ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ କର୍ମଚାରୀ ଧାରଣା ଦେଇଛନ୍ତି।
(ରିପୋର୍ଟ- ଭିକୁ ନାୟକ। )