ବ୍ରହ୍ମପୁର-ତା- ୦୯/୧୦(ପିପିଟି); ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୁଲିସ ପକ୍ଷରୁ ଗୁରୁବାର ମଦ ଧରପଗଡ କରାଯାଇଛି । ସ୍ଥାନୀୟ ଥାନା ରଙ୍ଗୁଣି ପୋଲ୍ଲୀ ଓ ଶାସନରେ ଆମ୍ବଗାଁରେ ଚଢ଼ାଉ କରାଯାଇଛି ।କିଛି ପାନ ଦୋକାନରେ ବିଦେଶୀ ମଦ ବେଆଇନ ଭାବେ ବିକ୍ରି ଚାଲିଥିବା ହିଞ୍ଜିଳି ପୁଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ସଂପୃକ୍ତ ସ୍ଥାନରେ ଚଢାଉ ରେ ଦୁଇ ଯୁବକ ପାନ ଦୋକାନରେ ଗଚ୍ଛିତ ଥିବା ବିଭିନ୍ନ ଵ୍ରାଣ୍ଡର ମଦ ବୋତଲ ୧୪.୫ ଲିଟର ବିଦେଶୀ ମଦ ଜବତ କରିବା ସହ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗରେ ଶାସନ ଆମ୍ବଗାଁର ବାଲ୍ୟ ପରିଡ଼ା ଓ ରଙ୍ଗଣିପଲ୍ଲୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩୫୯ ଓ ୩୬୦/୨୦ ରେ ୨ଟି ମାମଲା ରୁଜୁ କରାଯାଇଛି । ଗିରଫ ଦ୍ଵୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।