ବିଦେଶୀ ମଦ ଦୋକାନକୁ ବାଡେଇ ଭାଙ୍ଗିଲେ ମହିଳା ।

0 426

ଯାଜପୁର,୨୬/୦୪(ପିପିଟି); ମଦ ଦୋକାନକୁ ବାଡେଇ ଭାଙ୍ଗିଲେ ମହିଳା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରାଜପୁରଠାରେ ଥିବା ଏକ ବିଦେଶୀ ମଦ ଦୋକାନକୁ ସ୍ଥାନୀୟ ମହିଳାଙ୍କ ବିରୋଧ । ମଦ ଦୋକାନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ନାନା ସମସ୍ୟା ଉପୁଜିଛି । ଅସାମାଜିକ ଲୋକେ ରାସ୍ତାରେ ଯିବା ଆସିବା କରୁଥିବା ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିଦ୍ୟାଳୟ ଥିବାରୁ ପିଲାଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଛି । ପାଣି ପାଇଁ ମଧ୍ୟ ମହିଳାମାନେ ଆସି ପାରୁନାହାନ୍ତି । ଯାହାକୁ ନେଇ ମହିଳାମାନେ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ବାଧ୍ୟ ହୋଇ ସ୍ଥାନୀୟ ମହିଳାମାନେ ବାଲିଚନ୍ଦ୍ରପୁର ଇନ୍ଦୁପୁର କେନାଲ ରାସ୍ତାକୁ ଟାୟାର ଜାଳି ଅବରୋଧ କରିବା ସହ ମଦ ଦୋକାନକୁ ବାଡେଇ ଭାଙ୍ଗିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଏ ନେଇ ଆଗାମୀ ଦିନରେ ମଦ ଦୋକାନ ବନ୍ଦ ନ କରାଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.