ବିଡେକା ରକ୍ତଦାନ ଶିବିରରୁ ୩୧ୟୁନିଟ ରକ୍ତ ସଂଗ୍ରହ;ବିଜୁଜୟନ୍ତୀରେ ରକ୍ତଦାନ ଶିବିର ।

0 312

ଭଞ୍ଜନଗର,୦୫/୦୩(ପିପିଟି);ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଆୟୋଜିତ ରକ୍ତଦାନ ଶିବିରରେ ମତପ୍ରକାଶ ପାଇଛି। ଭଞ୍ଜନଗର ଭେଜିପୁଟ ସ୍ଥିତ ଓଡ଼େଶା ଭବନ ଠାରେ ଆମ ଓଡ଼ିଶା ଏବଂ ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ(ବିଡ଼େକା) ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଛି। ଏଥିରେ ପାଞ୍ଚ ନୂତନ ରକ୍ତଦାତାଙ୍କ ସମତେ ୩୧ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ଶିବିରକୁ ଜଳସେଚନ ବିଭାଗର ନିର୍ବାହି ଯନ୍ତ୍ରୀ ଇଂ ଗୋକୁଳ ଚନ୍ଦ୍ର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏଥିରେ ବ୍ଳକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,କୁଲାଡ଼ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହି ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବିଡ଼େକା ସମ୍ପାଦକ ଇଂ ସନ୍ତୋଷ କୁମାର ଗୌଡ, ଇଂ ପ୍ରଶନ୍ନ କୁମାର ସ୍ବାଇଁ, ଇଂ ଜେ ସୁମା ପ୍ରଧାନ, ଇଂ ବିଷ୍ଣୁ ପ୍ରସାଦ ପାଣିଗ୍ରାହି, ଇଂ ଭାସ୍କର ପାତ୍ର, ଇଂ ରଶ୍ମି ରଥ, ରାକେଶ ପଟ୍ଟନାୟକ, ଦିଲ୍ଲିପ୍ କୁମାର ରଥ, ଅନ୍ତର୍ଯ୍ୟାମୀ ପଣ୍ଡା, ଶଙ୍କର ନାୟକ,ରବି ସାହୁ ପ୍ରମୁଖ ପରିଚାଳନା କରିଥିଲେ। ପ୍ରଥମେ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା। ରକ୍ତଭଣ୍ଡାରର ଚିତ୍ତରଞ୍ଜନ ଖଟୁଆ,ଇତିଶ୍ରୀ ତ୍ରିପାଠୀ, ବିପିନ୍ କୁମାର ପାଣିଗ୍ରାହୀ,ସୀମାଞ୍ଚଳ ସେଠୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.