ତିର୍ତ୍ତୋଲ,୧୮/୧୧(ପିପିଟି); ବିଜେପି ମଣ୍ଡଳ ସଭାପତି ପ୍ରମୋଦ କୁମାର ବାରିକ ଙ୍କର ଗତକାଲି ମଙ୍ଗଳବାର ରାତି ୧୧.୩୦ ରେ କରୋନା ଜନିତ ମୃତ୍ୟୁ ଘଟିଛି । ସେ ଗତ ମାସ ୨୨ ତାରିଖରୁ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଜଗତପୁର ସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୁସଙ୍ଗ ଗ୍ରାମର ୬୬ ଵର୍ଷ ବୟସ୍କ ପ୍ରମୋଦ କୁମାର ବାରିକ ଜଣେ ଅତି ପରୋପକାରୀ ସରଳ ବ୍ୟକ୍ତି ଥିଲେ । ସେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହାୟକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ପ୍ରମୋଦ ବାରିକଙ୍କ ବିୟୋଗରେ ଅମୀୟ ରଞ୍ଜନ ବଳ, ସରପଞ୍ଚ ଶୀତିକଂଣ୍ଠ ସ୍ଵାଇଁ, ଲକ୍ଷ୍ମୀଧର ନାୟକ,ଅୟସକାନ୍ତ ରଥ,ଅରୁଣ କୁମାର ଆଚାର୍ଯ୍ୟ,ଗୋପକୃଷ୍ଣ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
( ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି)