ବିଜେପି ବରିକେଲ ମଣ୍ଡଳ ପକ୍ଷରୁ ରକ୍ତ ଦାନ ଶିବିର ।

0 52

ପଦ୍ମପୁର,(ପିପିଟି)୨୯/୦୪-ସମଗ୍ର ବିଶ୍ୱକୁ କରୋନା ଭୂତାଣୁ କବଳିତ କରିରଖିଛି । ମଣିଷ ସମାଜ ନିଜ ଜୀବନ ପାଇଁ ଛଟପଟ । ସମଗ୍ର ଦେଶ ତଥା ରାଜ୍ୟରେ ଲକଡାଉନ ପାଇଁ  ରକ୍ତ ଭଣ୍ଡାର ମାନଙ୍କରେ ରୋଗୀଙ୍କୁ ରକ୍ତ ର ଆବଶ୍ୟକତା ଥିବାବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ଏ ଅଭାବକୁ ଦୂର କରିଚାଲିଛି । ଆଜି ବି.ଜେ.ପି ବରିକେଲ ମଣ୍ଡଳ ପକ୍ଷରୁ ୧୮ ୟୁନିଟ ରକ୍ତ ସଂଗ୍ରହ କରାଯାଇ ସ୍ଥାନୀୟ ରକ୍ତ ଭଣ୍ଡାର ରେ ଜରୁରୀ କାଳୀନ ପରିସ୍ଥିତି ପାଇଁ ରଖାଯାଇଛି ।ଉକ୍ତ ରକ୍ତଦାନ ଶିବିର ରେ ବରିକେଲ ବିଜେପି ମଣ୍ଡଳ ସଭାପତି ସୌକିଲାଲ ସାହା,ଭାରତୀୟ ଜନତା ଯୁବମୋର୍ଚା ବରଗଡ ଜିଲ୍ଲା ସଭାପତି ପ୍ରିତେଶ ବହିଦାର,ଭେଉଁରିଆ ସମିତି ସଭ୍ୟା ସରସ୍ୱତୀ ସାହୁ, ନଗର ସଭାପତି ସୁନିଲ ଅଗ୍ରୱାଲ,ସମାଜ ସେବୀ ଅଶୋକ ମିଶ୍ର ,ବିଭିଷଣ ସାହୁ,ରାମଚନ୍ଦ୍ର ବେହେରା,ମାନି ରଣା,ମନୋଜ ନାୟକ,ନରହରି ପାଣ୍ଡେ,ନରେଶ କୁମାର ସାହୁ,ଇଂଜିନିୟର କୁନାଲ ପାଣିଗ୍ରାହୀ,ପ୍ରମୋଦ ମେହେର,ସେବକ ମେହେର,ଦିନେଶ ବାରିକ,ନିରୋଜ ଦାଶ,ନବକିଶୋର ମେହେର ପ୍ରମୁଖ ଉପସ୍ଥିତି ରହି ଏହି ଶିବିର କୁ ସୁ-ପରିଚାଳନା କରିଥିଲୋ ଆଜିର ଅନୁଷ୍ଠିତ ଶିବିର ରେ ସର୍ବଶ୍ରୀ ରୋହିତାଶ୍ୱ ମେହେର,ସୁଦାମ ପ୍ରଧାନ,ସୁନ୍ଦରମଣି ମହାରି,ପ୍ରେମାନନ୍ଦ,ଦୁଷ୍ମନ୍ତ ସାହୁ,ଦେବରାଜ ସାହୁ,ବିଶିକେଶନ ଗହୀର,କୃଷ୍ଣ ଦୀପ,ସମ୍ବାରୁ ସାହୁ,ଘନଶ୍ୟାମ ଶତପଥି,ମନୋଜ ମେହେର,ଖିରସିନ୍ଧୁ ଖଟୁଆ,ଆଦିତ୍ୟ ବୁଡେକ,କମଳେଶ୍ୱର ମଠା,ସୁବ୍ରତ କୁମାର ଜାଲ,ସୁରଜ କୁମାର ମିଶ୍ର ,ଅକ୍ଷୟ ମଲ୍ଲିକ ପ୍ରମୁଖ ରକ୍ତଦାନ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.