ବିଜେପି ପକ୍ଷରୁ ଲାଭାର୍ଥୀ ସମ୍ବିଳନୀ ।

0 212

ଉଲୁଣ୍ଡା ୨୩/୦୬(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମେଟାକାନି ଛକ ନିକଟସ୍ଥ ବଜାର ଠାରେ ବିଜେପି ପକ୍ଷରୁ ଲାଭାର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବଲାଙ୍ଗୀର ଲୋକ ସଭା ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଯୋଗ ଦେଇ ୯ ବର୍ଷ ରେ ମୋଦି ସରକାର ଙ୍କ ସଫଳତା ଉପରେ ଲାଭାର୍ଥୀ ମାନଙ୍କୁ ବୁଝାଇ ଥିଲେ, ସାମ୍ବାଦିକ ମାନଙ୍କ ର ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ କହିଲେ ଯେ, ଜଗା ଚିହ୍ନଟ ହୋଇ ନପାରିବାରୁ ସୈନିକ ସ୍କୁଲ ହୋଇ ପାରିଲା ନାହିଁ । ସମ୍ବଲପୁର ବ୍ରହ୍ମପୁର ଭାୟା ବୀରମହାରାଜପୁର ରେଳ ଲାଇନ ପ୍ରସଙ୍ଗ କୁ ଏଡାଇଯିବା ସହ ରେ ଦେଉଳି ବାଉଁଶୁଣୀ ମହାନଦୀ ପ୍ରସଙ୍ଗ ରେ କୌଣସି ଟିପଣି ଦେଇନଥିଲେ ବୈଠକ ଶେଷରେ କିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କାର୍ଯ୍ୟକର୍ତ୍ତା ଙ୍କ ଜରିଆରେ ବଳରାମ ସିଂ ଯାଦବ ବଲାଙ୍ଗୀର ସାଂସଦ କ୍ଷେତ୍ର ରେ ସଭା ସମିତି କରୁଥବାରୁ ଏହି ସଭାରେ ଯୋଗ ନଦେବାକୁ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ତାଗିଦ କରିଥିଲେ ଏବଂ ବଲ୍ଲୁ ଜଣେ ଗଂଜେଇ ମାଫିଆ ବୋଲି ପ୍ରକାଶ କରିଥିଲେ lଉକ୍ତ ସମ୍ମିଳନୀ ରେ ବିଜେପି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଁ ରଘୁନାଥ ଜଗଦଲା, ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ବିଜୟ ମହାକୁର,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ସନ୍ତୋଷ କୁମାର ଭୋଇ, ସ୍ୱରୂପ କୁମାର ପାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ବଲାଙ୍ଗୀର ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଇଁ ଆଶ୍ରୟ ମହାନନ୍ଦ, ସୁମନ୍ତ ଜଗଦଲା,ମଣ୍ଡଳ ସଭାପତି ହରିହର, ଦିଲ୍ଲୀପ ପଧାନ,ଏକଲବ୍ୟ ବେହେରା,ଭୁଲା ଶଙ୍କର ବାଘ, ରଶ୍ମିତା ଷଡ଼ଙ୍ଗୀ,ସତ୍ୟ ମୋହନ ବେଦପାଣି, ଶିବ ନାରାୟଣ ପଣ୍ଡା,ଗୌର ଜଗଦଲା, ଅଶୋକ କୁମାର ସାହୁ, ପ୍ରମୁଖ ଯୋଗଦେଇଥିଲେ ।

ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.