ବିଜେପି ତରଫରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଜୋରଦାର ପ୍ରଚାର ।

0 2,423

ବ୍ରହ୍ମପୁର,୧୩/୦୩(ପିପିଟି): ଆଜି ପୂର୍ବାହ୍ନରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଓ୍ୱାର୍ଡ଼ ନଂ ୧୭ ରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ଡଃ.ସବିତା ସୁଆର ପାଣିଗ୍ରାହୀ ଓ ବିଜେପି କର୍ପୋରେଟର ପ୍ରାର୍ଥୀ ସରୋଜ କୁମାର ଦାସ ଏବଂ ଓ୍ୱାର୍ଡ଼ ନଂ ୨୩ ରେ କର୍ପୋରେଟର ପ୍ରାର୍ଥୀନୀ ବୁଲି ସେଠୀଙ୍କ ସହ ନିର୍ବାଚନୀ ପ୍ରଚାର କରିଥିବା ବେଳେ ଅପରାହ୍ନରେ ଓ୍ୱାର୍ଡ଼ ନଂ ୨୪ ରେ କର୍ପୋରେଟର ପ୍ରାର୍ଥୀ ଜି.ବିଜୟ ପାତ୍ରଙ୍କ ସହ ମେୟର ପ୍ରାର୍ଥୀନୀ ନିର୍ବାଚନୀ ପ୍ରଚାର କରିଥିଲେ । ବ୍ରହ୍ମପୁର ସହରରେ ଅନେକ କାର୍ଯ୍ୟ ଏବେ ମଧ୍ୟ ଅସମ୍ପୂର୍ଣ୍ଣ ହୋଇପଡ଼ିରହିଚି ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ କରାଯିବ । ପାନୀୟ ଜଳ ସମସ୍ୟା , ନାଳ ନର୍ଦ୍ଦମା , ରାସ୍ତା ଘାଟ , ଲୋକ ମାନେ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏଭଳି ଅନେକ ସମସ୍ୟା ଲାଗିରହିଛି ଏହା ଆଗାମୀ ଦିନରେ ପୂର୍ଣ୍ଣ ହେବ ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା , ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର , ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି , ସରୋଜ ସାବତ,ଉତ୍ତମ ପାଣିଗ୍ରାହୀ,ମହନ୍ତ ଚିନ୍ମୟାନନ୍ଦ ମହାରାଜ , ମମତାମୟୀ ରଣା , ସୁନିଲ କୁମାର ସାହୁ,ମଦନ ମୋହନ ପାତ୍ର ,ଏନ୍.ରାଜେନ୍ଦ୍ର କୁମାର , ସୂର୍ଯ୍ୟ ନାହାକ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ୍ ହେଇଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.