ବିଜେପି କର୍ମୀ ସମ୍ମିଳନୀରେ ଯୋଗଦେଲେ ରେଳ ମନ୍ତ୍ରୀ ।

0 260

ମାଲକାନଗିରି,୨୨/୦୪(ପିପିଟି):ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନରେ ଠାରେ ଜିଲ୍ଲା ବିଜେପି ସଭାପତି ନିମାଇ ପାଲଙ୍କ ନେତୃତ୍ବରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିବା ବେଳେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ବିଜେପି ଓଡିଶା ରାଜ୍ୟ ଉପସଭାପତି ବଲଭଦ୍ର ମାଝି, ମାଲକାନଗିରି ଜିଲ୍ଲା ପ୍ରଭାରୀ କାଲିରାମ ମାଝି, ରାଜ୍ୟ କାର୍ଯ୍ୟ କାରଣୀ ସଦସ୍ୟ ଶ୍ଯାମଲ ସୁନାନୀ, ବାଲିମେଲା ଏନ.ଏ.ସି ଚେୟାରମ୍ୟାନ ପ୍ରଦୀପ କୁମାର ନାୟକ, ପୂର୍ବତନ ଜିଲ୍ଲା ସଭାପତି ଅଶୋକ ପରିଡା, ଗୁରୁଚରଣ ମାହାନ୍ତି, ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପଦୁ ମାଝି, ନବରଙ୍ଗପୁର ବିଧାୟକ ପ୍ରାର୍ଥି ଗୌରୀ ମାଝୀ ଓ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ଯମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଅକ୍ଷୟ ବିଶାଲ, କୋଷାଧ୍ୟକ୍ଷ ସଞ୍ଜୟ ସରକାର, ସମ୍ପାଦକ ନବଘନ ଲକେଇ, ନଗର ମଣ୍ଡଳ ସଭାପତି ବାଲାଜି ପଡାଲ, ଦିଲ୍ଲୀପ ଦଣ୍ଡପାଟ, ବରିଷ୍ଠନେତା- କାର୍ଯ୍ୟକର୍ତ୍ତା ଓ ୩୦୦ ରୁ ଅଧିକ ଯୁବ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.