ବିଜେଡି ପକ୍ଷରୁ ପୋଲସରା ଓ ବୁଗୁଡା ଠାରେ ରନ୍ଧନ ଖାଦ୍ୟର ବଣ୍ଟନକୁ ବିଧାୟକ ତଦାରଖ କରିଛନ୍ତି।

0 525

ପୋଲସରା,୦୫/୦୬(ପିପିଟି); ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପୋଲସରା ବସଷ୍ଟାଣ୍ଡ୍ ଓ ବୁଗୁଡ଼ା ମଦନମୋହନ ଛକ ଠାରେ ମାଗଣା ରନ୍ଧା ଖାଦ୍ୟ ଆଜି ୧୬ ଦିନରେ ପହଞ୍ଚିଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉକ୍ତ ସ୍ଥାନମାନକୁ ଯାଇ ତଦାରଖ କରିବା ସହ ଗରିବ ଓ ଶ୍ରମିକମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ସରକାରଙ୍କ କୋଭିଡି ନିୟମାନୁଯାଇ ଲକଡାଉନ ଥିବା ପର୍ଯ୍ୟନ୍ତ ମାଗଣା ରନ୍ଧା ଖାଦ୍ୟ ଗରିବ ଓ ଶ୍ରମିକ ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave A Reply

Your email address will not be published.