ବିଜେଡି ଦଖଲରେ ବେଲଗୁଣ୍ଠା ବ୍ଲକ: ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ଆସନରେ ପ୍ରଶାନ୍ତ କୁମାର ନାୟକ ।

0 403

ବେଲଗୁଣ୍ଠା,୧୨/୦୩,(ପିପିଟି): ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ପଦବୀ ନିମନ୍ତେ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ହୋଇଥିବା ନିର୍ବାଚନରେ ବିଜେଡ଼ି ଧୁମୁଛାଇ ସମିତି ସଭ୍ୟ ପ୍ରଶାନ୍ତ କୁମାର ନାୟକ ଅପ୍ରତିଦ୍ୱନ୍ଦୀ ଭାବେ ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଆସନ ଅଣସଂରକ୍ଷିତ ଥିବା ବେଳେ ବିଜେଡ଼ି ବ୍ଲକ ସଭାପତି ପ୍ରଶାନ୍ତ କୁମାର ନାୟକ ୧୮ ଟି ପଞ୍ଚାୟତ ମଧ୍ୟରୁ ୧୨ ଟି ସମିତି ସଭ୍ୟଙ୍କୁ ଧରି ବ୍ଳକ କାର୍ଯ୍ୟାଳୟ ଠାରେ ୧୦ଟା ୧୦ ମିନଟରେ ପହଞ୍ଚିଥିଲେ । କେବଳ ଶ୍ରୀ ନାୟକ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଭଞ୍ଜନଗର ବିଡିଓ ଅନିଲ ସେଠୀ ପ୍ରଶାନ୍ତଙ୍କୁ ବ୍ଳକ ଅଧକ୍ଷ ଘୋଷଣା କରିଥିଲେ । ମୋଟ ୧୨ ଟି ପଞ୍ଚାୟତର ସମିତି ସଭ୍ୟଙ୍କ ସମର୍ଥନରେ ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିଲେ । ଏହାକୁ ନେଇ ବିଜେଡ଼ି ନେତୃବୃନ୍ଦ ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ,ବିଜେଡି ସମ୍ପାଦକ ରାମେଶ୍ୱର ପାତ୍ର, ବେଲଗୁଣ୍ଠା ନଗର ବିଜେଡି ସଭାପତି ରବୀନ୍ଦ୍ର ନାଥ ମହାପାତ୍ର ,୪୭ ନମ୍ବର ଜୋନ ସଭାପତି ପ୍ରଦ୍ୟୁମ୍ନ ପାତ୍ର ,ଜିଲ୍ଲା ସାଧାରଣ ସମ୍ପାଦକ କୁଞ୍ଜବିହାରି ନାୟକ, ସରପଞ୍ଚ ଦୁର୍ଗା ମାଧବ ନାୟକଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଶୁଭେଚ୍ଛୁ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବର୍ଣ୍ଣାଢ଼୍ୟ ସମାରୋହରେ ବିଜେଡ଼ି ନେତା ଓ କର୍ମୀମାନେ ବିଜୟ ଉତ୍ସବ ପାଳନ କରିଥିଲେ । ପ୍ରକାଶ ଥାଉ କି,ବେଲଗୁଣ୍ଠା ବ୍ଳକ ଅକ୍ତିଆର ପାଇଁ ୧୦ ମ୍ୟାଜିକ ସଂଖ୍ୟା ଆବଶ୍ୟକ ଥିବା ବେଳେ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ବରେ ବିଜେଡି ପଞ୍ଚାୟତ ନିର୍ବାଚନ ଲଢ଼ିଥିଲା ।ନିଜର ବଳିଷ୍ଠ ନେତୃତ୍ବ ଓ ସୋରଡ଼ା ବିଧାୟକଙ୍କ ବିକାଶ ମୁଳକ କାର୍ଯ୍ୟଧାରାକୁ ଲୋକାଭିମୁଖୀ କରି ବିଜେଡି ୧୧ ଟି ପଞ୍ଚାୟତ ଯଥା ମଙ୍ଗଳପୁର,ଆମ୍ବପୁଆ,ତନରଡା, ନୁଆ ଗାଁ,ଧୁମୁଛାଇ, ନାଟେଗାଁ, ବେଣୀପଲ୍ଲୀ, ଗୋବରା, ବଡବୋରସିଂ,ଶାସନ ଓ କ୍ଷତ୍ରିୟ ବରପୁର ପଞ୍ଚାୟତ ରେ ବିଜେଡି ସମର୍ଥିତ ସମିତି ସଭ୍ୟ ବିଜୟ ଲାଭ କରିଥିଲେ ।ଗତ ଶୁକ୍ରବାର ରାତ୍ର ନଅ ଘଣ୍ଟ ସମୟରେ ୪୯ ନମ୍ବର ଜୋନ୍ ତନରଡ଼ା ବିଜେପି ମଣ୍ଡଳ ସଭାପତି ତଥା ଉଢୁରା ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲେଇ ସୋରଡା ଠାରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡି ରେ ଯୋଗ ଦେବା ପରେ ବିଜେଡି ସମିତି ସଭ୍ୟ ସଂଖ୍ୟା ୧୨ ରେ ପହଞ୍ଚି ଥିଲା । ଆଜି ଏହି ୧୨ ଜଣ ସମିତି ସଭ୍ୟଙ୍କ ସମର୍ଥନରେ ନୁତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଥିଲେ ।
ଆଜିର ବିଜୟ ପରେ ପ୍ରଶାନ୍ତ ନିଜ ପ୍ରତିକ୍ରିୟାରେ ସମସ୍ତ ଶ୍ରେୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କୁ ଦେଇଛନ୍ତି । ଆଗାମୀ ଦିନରେ ବେଲ୍ଲାଗୁଣ୍ଠା ବ୍ଲକକୁ ଜିଲ୍ଲାରେ ଏକ ନମ୍ବର ବ୍ଳକ ରୂପେ ଗଢିତୋଳିବାକୁ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।
(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.