ପୋଲସରା, ୦୫/୦୮(ପିପିଟି); ପୋଲସରା କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ପୋଲସରା ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ସଭା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଖଣି ଓ ଇସ୍ପାତ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ବିଧାୟକ ଶ୍ରୀକାନ୍ତ ସାହୁ ଓ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡ଼.ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ବିଜୁ ଜନତା ଦଳର ସଙ୍ଗଠନ ସୁଦୃଢ ଉପରେ ଆଲୋଚନା କରିଛନ୍ତି।ପୋଲସରା ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି, ପଞ୍ଚାୟତ ସଭାପତି ଓ ବିଜୁ ଜନତା ଦଳର ସକ୍ରିୟ କର୍ମୀ ମାନେ ଉପସ୍ଥିତ ଥିଲେ।