ବିଜେଡି ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ।

0 257

ମାଲକାନଗିରି,୩୦/୦୫(ପିପିଟି);ରାଜ୍ଯରେ କରୋନା ମହାମାରୀର ବ୍ଯାପକ ସଂକ୍ରମଣ ଯୋଗୁଁ ରାଜ୍ୟରେ ଅନେକ  ରୋଗୀମାନଙ୍କର ବହୁତ ପରିମାଣରେ ରକ୍ତାଭାଵ ଦେଖା ଦେଇ ପାରେ । ଏହାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ରକ୍ତଦାନ କରିବା ଲାଗି ଆହ୍ବାନ କରିଥିଲେ।  ଆଜି ମାଲକାନଗିରି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି  ତାପସ ରଞ୍ଜନ ନାୟକଙ୍କ ନେତୃତ୍ବରେ ମାଲକାନଗିରି ପୌରପରିଷଦ ଅନ୍ତର୍ଗତ ଟାଉନ ହଲ୍ ଠାରେ “ଓଡିଶା ମୋ ପରିବାର” ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛଛି । ଏକ “ଜୀବନ ବିନ୍ଦୁ” ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ମୂଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ରୂର୍ଣ୍ଣ ଚନ୍ଦ୍ର ବାକା ଓ  ସମ୍ମାନିତ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ସଭାପତି  ଆଡମା ରାବା,

ମାଲକାନଗିରି ପୌରପରିଷଦ ବିଜି ଛାତ୍ର ଜନତା ଦଳ ସଭାପତି ଏ ରାଜୁ ରାଓ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। କୋଭିଡ ଗାଇଡ ଲାଇନ ଅନୁସାରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇ ଏହା ପୂର୍ବରୁ ଟାଉନ ହଲ୍ ଠାରେ ହୋଇଥିବା ସମସ୍ତ ରକ୍ତଦାନ ଶିବିର ମଧ୍ୟ ରେ ରେକର୍ଡ ସୃଷ୍ଟି ହୋଇଛି ବୋଲି ଜିଲ୍ଲା ବ୍ଲଡ଼ ବ୍ୟାଙ୍କର ଅଧିକାରୀମାନେ କହିଥିଲେ।କୋଭିଡ ସମୟରେ ଏହି ପରି ସଫଳତାର ସହ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ବିଧାୟକ ଶ୍ରୀ ନାକା ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.