ମାଲକାନଗିରି,ତା:୨୮/୦୬(ପିପିଟି); କାଲିମେଳା ବ୍ଳକ ଅନ୍ତର୍ଗତ ଭେଜଙ୍ଗିବାଡା ପଞ୍ଚାୟତର ଏମପିଭି-୨୧ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ତଥା ରାଜ୍ୟ ବିଜୁଜନତା ଦଳର ସାଂଗଠନିକ ସମ୍ପଦକ ପ୍ରଣବ ପ୍ରକାଶ ଦାସ (ବବିଭାଇ)ଙ୍କ ଜନ୍ମ ଦିନ ପାଳନ ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ତଥା ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀଙ୍କ ନେତୃତ୍ୱ ରେ କାଲିମେଳା ବ୍ଳକ ବିଜୁ ପରିବାର ତରଫରୁ ସ୍ବଛେକୃତରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜୀବନ ବିନ୍ଦୁ କାର୍ଯ୍ଯକ୍ରମରେ ବିଜେଡି କର୍ମୀମାନେ ବବିଭାଇଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ କେକ୍ କାଟି ତାଙ୍କର ଦୀର୍ଘ ଜୀବନ କାମନା କରିବା ସହ ଆନନ୍ଦ ଉଲ୍ଲାସ ରେ ଜନ୍ମ ଦିନ ପାଳନ କରିଥିଲେ । ମାଲକାନଗିରି ବିଜେଡି ଦଳ ତାରଫରୁ ରାଜ୍ୟର ଉପାନ୍ତ ଅଞ୍ଚଳ ବନ ଜଙ୍ଗଲ ଘେରା ଶେଷ ସୀମା ଏମପିଭି-୨୧ ଗ୍ରାମରେ ଜୀବନବିନ୍ଦୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ଯକ୍ରମକୁ କାଲିମେଳା ବ୍ଳକ ସଭାପତି ଶରତ ଚନ୍ଦ୍ର ବିଶ୍ଵାଳ ,ସାଂସଦ ପ୍ରତିନିଧି ଇ.ଭେଙ୍କେଟ ରାଓ,ସୁବ୍ରତ ସିଲ ପ୍ରମୁଖ ଆୟୋଜନ କରିଥିଲେ । ଏଥିରେ ମାଲକାନଗିରି ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା,ପ୍ରଫୁଲ ପଣ୍ଡା, ଜିଲ୍ଲା ସମ୍ପାଦକ ଶଙ୍କର ସାହା, ଦାସରଥୀ ବେହେରା, ମାଲକାନଗିରି ଜିଲ୍ଲା ପୂର୍ବତନ ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଜଗବନ୍ଧୁ ପଢିହାରୀ, ମାଲକାନଗିରି ବ୍ଳକ ସାଂସଦ ପ୍ରତିନିଧି ବି. କାମେଶ୍ୱର ରାଓ , ମାଲକାନଗିରି ବ୍ଳକ ପୂର୍ବତନ ସଭାପତି ସର୍ଵ କୁମାର ବିଶୋଇ, ସତ୍ୟ ସ୍ବାଇଁ, ବରିଷ୍ଠ ନେତା ଭାସ୍କର ରାଓ,କାମେଶ୍ୱର ପ୍ରଧାନ ,ଶଙ୍କର ହାଲଦାର, ସୁଜୟ ମିସ୍ତ୍ରୀ ,ଦୀପକ ବିଶ୍ୱାସ ପ୍ରମୁଖ ଯୋଗଦେଇଥିଲେ ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)