ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ।

0 312

କୋଦଳା,୦୮/୦୩(ପିପିଟି);ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସୁମଣ୍ଡଳ ଠାରେ ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ମହିଳାଙ୍କ ଅବଦାନ ବିଷୟରେ ଆଲୋଚନା କରିବା ସହ ନାରୀ ଆଗଭଳି ଆଉ ଘରର ଏରୁଣ୍ଡି ଭିତରେ ନ ରହି ନିଜେ ସ୍ୱାବଲମ୍ବୀ ହେବାର ସୁଯୋଗ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଏହାର ଭରପୁର ସୁଯୋଗ ନେବାକୁ ମହିଳାମାନେ ଆଗଭର ହେବା ଆବଶ୍ୟକ ବୋଲି ନିଜ ଅଭିଭାଷଣ ରେ କହିଥିଲେ । ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମା କୁ ସମ୍ମାନ ଦେବାସହ ଗାଁକୁ କାମ ଯୋଗାଇ ଦେଉଛନ୍ତି ଏବଂ ୮୦ ଲକ୍ଷ ମା ମାନେ ମିଶନ ଶକ୍ତି ମଧ୍ୟମରେ ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । କୋଭିଡର ଆହ୍ଵାନ ମୂଳକ ସମୟରେ ମା ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ସମସ୍ତ ମା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ବିଧାୟିକା ।ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକ ଅଧକ୍ଷା କେ.ରାଜଲକ୍ଷ୍ମୀ ଦୋରା, ଜିଲ୍ଲାପରିଷଦ ସଦସ୍ୟା ଗୀତାଞ୍ଜଳି ଭୂୟାଁ, ବ୍ଲକ ବିଜେଡି ମହିଳା ସଭାପତି ମଧୁମିତା ସାହୁ,ଉପସଭାପତି ମାଧୁରୀ, କବିସୂର୍ଯ୍ୟନଗର ପ୍ରାକ୍ତନ ଏନ୍ଏସି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ସମେତ ବହୁ ମହିଳା ବିଜେଡି କର୍ମକର୍ତ୍ତାଙ୍କ ସହିତ କର୍ମୀ ଉପସ୍ଥିତ ଥିଲେ ।ମଞ୍ଚ ପରିଚାଳନା କରିଥିଲେ ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.