ରାୟଗଡା,ତା-୧୨/୧୦(ପିପିଟି); ବିଜୁ ଜନତା ଦଳର ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖମାପଦର ଗ୍ରାମ ପଞ୍ଚାୟତ ଅଧିନ ବିରିପଦରରେ ବିଜୁଜନତା ଦଳ ତରଫରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କରୋନା ମହାମାରୀକୁ ମୁକାବିଲା କରିବାକୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ପରିବେଶ ସଫା କରିବା ନିତାନ୍ତ ଜରୁରୀ ଓ ଏହାକୁ ନ ଡରି ଉଚିତ ମାର୍ଗରେ ମୁକାବିଲା କରିବାକୁ ପଡ଼ିବ ।କରୋନା ବ୍ୟତୀତ ଦଳ ତରଫରୁ ସାଧାରଣ ବଣ୍ଟନ ବ୍ୟବସ୍ଥା, ମନରେଗା, ପେନସନ, ପାନୀୟ ଜଳଯୋଗାଣ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ଅନୁରୋଧରେ ଗାଁ ମନ୍ଦିରର ଉନ୍ନତି ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝି, ଜିଲ୍ଲା ବିଜେଡ଼ି ଉପସଭାପତି କୈଳାଶ କ୍ରାସ୍କା,ବ୍ଲକ ବିଜେଡ଼ି ସଭାପତି ରବିନାରାୟଣ ଆଚାର୍ଯ୍ୟ, ସରପଞ୍ଚ ସୁକୁ ଶବର, ବରିଷ୍ଠ କର୍ମୀ ଲାଡି ରାବଣା,ପିଣ୍ଟୁ ରଣା, ସତ୍ୟ ନାରାୟଣ ବାର୍ଲା,ବଳରାମ ଦାସ,ଭାସ୍କର ଲିମା,ରାଜୁ ବିଡିକା ଓ ଗୋବର୍ଦ୍ଧନ ଶବର ଯୋଗ ଦେଇଥିଲେ।ବିରିପଦର ଗ୍ରାମବାସୀ ଅତିଥି ମାନଙ୍କୁ ବାଦ୍ୟଯନ୍ତ୍ର ସହିତ ପଟୁଆରରେ ନେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା ।)