ରଣପୁର,୦୪/୦୬(ପିପିଟି): ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ଚାନ୍ଦପୁର ଜୋନର କାର୍ଯ୍ୟକର୍ତ୍ତା ଓ ଜନ ପ୍ରତିନିଧିମାନଙ୍କୁ ନେଇ “ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ୱର୍ଦ୍ଧନା ଉତ୍ସବ” ସ୍ଥାନୀୟ କନ୍ଧନୟାଗଡ଼ ଗ୍ରାମ ପଞ୍ଚାୟତ ନିର୍ବାଚନ” ମା’ ଡୋମଣୀ ଦେବୀ କଲ୍ୟାଣ ମଣ୍ଡପ “ଠାରେ ଅନୁଷ୍ଠିତ ହୋଇଯାଇଛି । ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ଆଇନଜୀବୀ ରାଜୀବ ଲୋଚନ ପ୍ରଧାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଣପୁରର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ , ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା , ଏକ୍ସ ଜନପ୍ରତିନିଧି ମନୋଜ ଦାସ , ରଣପୁର ବ୍ଲକ ଯୁବ ବିଜେଡି ସଭାପତି ରଶ୍ମି ରଞ୍ଜନ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଆଗୁଆ ସାଗଂଠନିକ କାର୍ଯ୍ୟକ୍ରମ । ଦଳ ପାଇଁ ଆଗ ଧାଡିର ଯୋଦ୍ଧା ମାନଙ୍କୁ ଏବଂ ଦଳ ସମର୍ଥନରେ ବିଜୟୀ ହୋଇଥିବା ଜନ ପ୍ରତିନିଧି ମାନଙ୍କୁ ମାନପତ୍ର , ଉପଢୌକନ ସାଙ୍ଗକୁ ପୁଷ୍ପଗୁଛ୍ଛ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳକୁ ଆହୁରି ମଜବୁତ କରିବା ପାଇଁ ଦଳର ଏହି ଯୋଦ୍ଧାମାନଙ୍କୁ ବିଧାୟକ ଶପଥ ପାଠ କରାଇଥିଲେ ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)