ବିଜୁ ବାବୁଙ୍କ ସ୍ମୁତିରେ ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ସେବା ସପ୍ତାହ ପାଳନ ଉତ୍ସବ ଅନୁଷ୍ଠିତ ।

0 363

ସାନଖେମୁଣ୍ଡି,୦୫/୦୩(ପିପିଟି); ଉତ୍କଳର ମହାନ ବରପୁତ୍ର,ସ୍ବାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ,ନୂତନ ଓଡ଼ିଶାର ଗଠନର ସୂତ୍ରଧର ତଥା ଇଣ୍ଡୋନେସିଆର ଭୂମିପୁତ୍ର ବିଜୁବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ ଗୃହଠାରେ ଆଜି ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହେବା ସହିତ ବିଜୁ ବାବୁଙ୍କ ସ୍ୱପ୍ନର ଓଡ଼ିଶାର ଭିତ୍ତିଭୂମୀ ପଞ୍ଚାୟତ ସେବା ବ୍ୟବସ୍ଥାକୁ ନେଇ ବିଭିନ୍ନ ଆଲୋଚନା କରାଯାଇଅଛି । କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ବେହେରା , ଉପାଧକ୍ଷ ଗୋବିନ୍ଦ ସ୍ବାଇଁ ମିଳିତ ଭାବେ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ନିର୍ବାଚିତ ପଞ୍ଚାୟତର ସମସ୍ତ ସରପଞ୍ଚ ,ସମିତି ସଭ୍ୟ , ଜିଲ୍ଲା ପରିଷଦ ସଭ୍ୟ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ସମ୍ପ୍ରସାରଣ ଅଧିକାରୀଙ୍କ ସହ ଉନ୍ନୟନ ବିଭାଗ ଯନ୍ତ୍ରୀ ସମୂହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.