ବିଜୁ ପଟ୍ଟନାୟକ ଜନ୍ମ ଜୟନ୍ତୀ ଅବସରରେ ଅନ୍ତେବାସୀ ମାନକୁ ଶୁଖିଲାଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ।

0 284

ବୋଲଗଡ଼,୦୫/୦୩(ପିପିଟି): ବିଜୁ ପଟ୍ଟନାୟକ ୧୦୬ତମ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ପାଳନ ଅବସରରେ ଶହୀଦ୍ କାଳିଆ ଭୁଇମଳ ସ୍ମୂତିପରିଷଦ ବାଙ୍କୋଇ ତଥା ଶହିଦ ସଚ୍ଚିଦାନନ୍ଦ ପଟନାୟକ ସଂଗ୍ରାମୀ ଗଣ ପରିଷଦ,ସାଗରଗୁଆଁ ବୋଲଗଡ଼ ଖୋର୍ଦ୍ଧା ମିଳିତ ଆନୁକୂଲ୍ୟରେ ପରିଷଦର କାର୍ଯ୍ୟ କାରି ସଭାପତି ଡକ୍ଟର କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଅଲଟ୍ରା ସାଗରଗୁଆଁ ଦ୍ୱାରା ପରିଚାଳିତ ଜରାନିବାସ ଏବଂ ହାଟବସ୍ତର ଜରାନିବାସରେ ଅନ୍ତେବାସୀ ମାନକୁ ଶୁଖିଲା ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ କରିବାସହ ଅନ୍ତେବାସୀ ମାନଙ୍କ ଗହଣରେ ବିଶିଷ୍ଟ ଦେଶଭକ୍ତ ,ଦୁର ଦୃଷ୍ଟି ସମ୍ପର୍ଣ୍ଣ ରାଜନେତା ବିଜୁ ପଟ୍ଟନାୟକଙ୍କ ଗୁଣ ଗାନ କରିବା ସଙ୍ଗେ ସଙ୍ଗେ ଏକ ଆଧ୍ୟାତ୍ମିକ ଭଜନ ଭାବ ବିହୋଳ କଣ୍ଠ ଶୁଣାଇ ଅନ୍ତେବାସୀ ମାନଙ୍କୁ ଆନନ୍ଦିତ କରିଥିଲେ ଡକ୍ଟର ପଟ୍ଟନାୟକ। ଏହି ପବିତ୍ର କାର୍ଯ୍ୟକ୍ରମରେ ପିପିଟି ନ୍ୟୁଜ୍ ର ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ସହଯୋଗୀତା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.