ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତ ଦାନ ଶିବିର ।

0 92

ନୟାଗଡ,(ପିପିଟି ନ୍ଯୁଜ୍)୨୧/୦୪-ମହାମାରୀ  କରୋନା  ଭୁତାଣୁ ରେ ସାରାବିଶ୍ୱଚିନ୍ତିତ ଥିବା ବେଳେ  ରକ୍ତ ର ଆବଶ୍ୟକତା କୁ ଉପଲବ୍ଧ  କରି  ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ  ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମାତୃ ଓ ଶିଶୁ  ସ୍ୱାସ୍ଥ୍ୟ  କେନ୍ଦ୍ର  ଠାରେ ଆଜି ସକାଳ ୮ଟାରୁ ୧୧ଟା ମଧ୍ୟ୍ୟ ରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାଯ୍ୟକ୍ରମରେ  ୨୦ୟୁନିଟ  ରକ୍ତ ସଂଗୃହିତ  କରାଯାଇଛି । ଉକ୍ତ  କାଯ୍ୟକ୍ରମରେ ସ୍ଥାନୀୟ  ବିଧାୟକ  ସତ୍ୟନାରାୟଣ  ପ୍ରଧାନ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଶିବିରକୁ  ଉଦଘାଟନ  କରିଥିବା ବେଳେ ଜିଲ୍ଲା ବିଜୁ ଜନତା  ଦଳର ସଂପାଦକ ଓ ସମାଜସେବି  ସଚିକାନ୍ତ ଷଡ଼ଙ୍ଗୀ, ସହ ସଂପାଦକ ଜ୍ୟୋତି ରଞ୍ଜନ ଦାସ, ରଣପୁର ନିର୍ବାଚନ ମଣ୍ଡଳୀ ର ସଭାପତି ବନମାଳୀ ମହାପାତ୍ର, ମନୋରଞ୍ଜନ ସେଠି, ପ୍ରମୁଖ ଯୋଗ ଦେଇଥିଲେ !ଏଥିରେ ଆୟୁଷ  ଡାକ୍ତର ଚିତ୍ର ଲେଖା ମହାପାତ୍ର, ଡାକ୍ତର ଅମିତ ପଟ୍ଟନାୟକ, ଫକୀରମୋହନ ସାମନ୍ତରାୟ ସହଯୋଗ କରିଥିଲେ ।
ରିପୋର୍ଟ -ସୁଶାନ୍ତ ପ୍ରଧାନ ।

Leave A Reply

Your email address will not be published.