ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୋପାଳପୁର ଏନ୍.ଏ.ସି ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 333

ବ୍ରହ୍ମପୁର,୨୨/୦୭(ପିପିଟି): ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ଏନ୍.ଏ.ସି ର ବିଜୁ ପଟ୍ଟନାୟକ ମାର୍କେଟ ଓ ମଶାଣି ରାସ୍ତା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଗୋପାଳପୁର ଏନ୍.ଏ.ସି ଅଧ୍ୟକ୍ଷ ଏ ଜାନକୀ ରାମ, ଉପାଧ୍ୟକ୍ଷା ବି.ଉମା , ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ.ରାଜେଶ୍ୱରି ଦୋରା , ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ ଦାଶ , ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା , ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ବିବେକ ରେଡ୍ଡୀ , ରଙ୍ଗେଈଲୁଣ୍ଡା ବ୍ଲକ ଛାତ୍ର ବିଜେଡି ସଭାପତି ମିଲେନ୍ଦ୍ର ପ୍ରଧାନ , ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଏସ.ନରେଶ ରେଡ୍ଡୀ ,ପୂର୍ବତନ ଉପାଦକ୍ଷ ଏମ୍.ଚନ୍ଦ୍ରଶେଖର ରାଓ , ପ୍ରମଦ ବେହେରା , ବି.ବାବାଜୀ ଓ ବହୁ ଛାତ୍ର ଏବଂ ଯୁବପିଢ଼ି ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.