ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତୀ ଉପଲକ୍ଷେ ଗଡ଼ମାଣତୀର ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

0 305

ବେଗୁନିଆ,୨୯/୦୮(ପିପିଟି): ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ଗ୍ରାମ ପଞ୍ଚାୟତ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମଟି ବିଜୁ ଜନତା ଦଳର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଗଡ଼ମାଣତୀର ପଂଚାୟତ ରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଗଡ଼ମାଣତୀର ସରପଞ୍ଚ କରୁଣାକର ଦଳସିଂହରାୟ ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଓ ସମାଜସେବୀ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ସଦାଶିବ ସୁନ୍ଦରାୟ , ନାଏବ ସରପଞ୍ଚ ସୁନିତା ମହାରଣା , ସମାଜସେବୀ ଶିଶିର ମଙ୍ଗରାଜ , ପଦ୍ମଲୋଚନ ରାଉତରାୟ , କୁଳମଣି ମାନସିଂହ , ପ୍ରଶାନ୍ତ ମହାରଣା,ବିଶ୍ୱନାଥ ରଣସିଂହ, ଅଙ୍ଗନୱାଡି କର୍ମୀ ଏବଂ ଗ୍ରାମର ସମସ୍ତ ସଭ୍ୟ ଓ ସଭ୍ୟା ତଥା ଗ୍ରାମର ପ୍ରକୃତିପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.