ବିଏସପିରୁ ୭ ଓ ସିପିଆଇ(ଏମ୍)ରୁ ୪ ଜଣ କଲେ ପ୍ରାର୍ଥିପତ୍ର ଦାଖଲ ।

0 244

ମାଲକାନଗିରି,୨୨/୦୧(ପିପିଟି): ମାଲକାନଗିରି ଜିଲ୍ଲାରେ ୧୫ ଗୋଟି ଆସନ ବିଶିଷ୍ଟ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ଗତ ୨୧ ତାରିଖ ପ୍ରାର୍ଥି ପତ୍ର ଦାଖଲର ଅନ୍ତିମ ଦିନ ହୋଇଥିଲା ବେଳେ ବିଏସପିରୁ ୭ ଜଣ ଏବଂ ସିପିଆ (ଏମ)ରୁ ୪ ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।ବହୁଜନ ସମାଜ ପାର୍ଟିରୁ କାଲିମେଳା-୩ ଜୋନରେ ସୁକୁମାର ମଣ୍ଡଳ, ମାଲକାନଗିରି-୧ ଜୋନରେ ଗୁତା ପଡିଆମି,ମାଲକାନଗିରି-୨ ଜୋନରେ ଉଙ୍ଗା ପଡିଆମି, ମାଲକାନଗିରି-୩ ଜୋନରେ ଜଗା ପଡିଆମୀ, କୋରୁକୋଣ୍ଡା-୧ ଜୋନରେ ନିଲା ପଡିଆମି, କୋରୁକୋଣ୍ଡା-୨ ଜୋନରେ ରାମ କିର୍ଷାନୀ, ଖଇରପୁଟ ଜୋନରେ ରାଜେନ୍ଦ୍ର ପଲାସୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଅନ୍ଯପକ୍ଷରେ ସିପିଆଇ(ଏମ୍) ମଧ୍ଯ ଗତ କାଲି ୪ ଜଣଙ୍କ ନାମାଙ୍କନ ପତ୍ର ଦାଖଲ କରିଛି । ସେମାନେ ହେଲେ କୋରୁକୋଣ୍ଡା-୧ ଜୋନରେ ରାମେ ପଡିଆମି,କୋରୁକୋଣ୍ଡା-୨ ଜୋନରେ ଡମରୁ ଆଲାଙ୍ଗି, କାଲିମେଳା-୨ ଜୋନରେ ବୁଦ୍ରୀ ମାଡକାମି ଏବଂ ଚିତ୍ରକୋଣ୍ଡା-୨ ଜୋନରେ ଦୁଶେ ହନ୍ତାଳ ଜିଲ୍ଲା ପରିଷଦ ଆସନରେ ଲଢିବା ପାଇଁ ପ୍ରାର୍ଥି ପତ୍ର ଦାଖଲ କରିଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.