ମାଲକାନଗିରି,୦୫/୦୩(ପିପିଟି): ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତର ବଣ୍ଡାଘାଟି ଠାରେ ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି , କୋରାପୁଟ ଡିଆଜି ମଦନ ଲାଲ, ୬୫ ବିଏସଏଫ ବଟାଲୀୟନ କମଣ୍ଡିଙ୍ଗ ଅଫିସର ଟିଏନ ରେଡି ଙ୍କ ତତ୍ୱାବଧାନରେ ଏକ ବିଶାଳ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।ବିଏସଏଫ ଆଇଜି ଲୋକମାନଙ୍କୁ ସମ୍ବୋଧିତ କରିବାସମୟରେ ଲୋକମାନେଙ୍କର ସୁରକ୍ଷା ଏବଂ ବିଏସଏଫ ର କାମ କରିବାର ଶୈଳିକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିଥିଲେ ।ଅଣ୍ଡ୍ରାହାଲ ଏବଂ ମୁଦୁଲି ପଡ଼ାରେ ବିଏସଏଫ କ୍ୟାମ୍ପ ହେବା ପର ଠାରୁ ଲୋକମାନଙ୍କ ଭୟ ଏବଂ ଆତ୍ମ ନିର୍ଭର ଉଜାଗର ହେଇଛି ।ବିଏସଏଫ ଅଧିକାରୀ ଏବଂ ଯବାନ ମାନଙ୍କର ଅକ୍ଲାନ୍ତ ଚେଷ୍ଟା ଫଳରେ ଲୋକମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ଆଇଜି ପ୍ରକାଶ କରିଥିଲେ ।ବଣ୍ଡାଘାଟିରେ ଗୋଷ୍ଠୀ ସେବା କାର୍ଯ୍ଯକ୍ରମ ଜନ ସମ୍ପର୍କ ଶିବିର ମାଗଣା ମେଡ଼ିକାଲ କ୍ୟାମ୍ପ ମଝିରେ ମଝିରେ ଅନୁଷ୍ଠିତ କରାଯାଉଥିବାରୁ ଖୁସି ବ୍ଯକ୍ତ କରିଥିଲେ ।ମେଡ଼ିକାଲ କ୍ୟାମ୍ପ ଦ୍ୱାରା ଦୂର ଦୁରାନ୍ତ ଅପହଞ୍ଚ ଲୋକଙ୍କୁ ଚିକିତ୍ସା ଏବଂ ସ୍ୱାସ୍ଥ୍ଯ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଏହା ସହିତ ପୋଷାକ ସାନିଟାରୀ ଉପକରଣ ଖେଳ ସାମଗ୍ରୀ ଆଦି ୨୦୦ ଗ୍ରାମବାସୀ ଓ ଛାତ୍ରମାନଙ୍କୁ ମାଗଣାରେ ବାଣ୍ଟନ କରିଥିଲେ । ବିଏସଏପଫ ଆଇଜି ଗ୍ରାମବାସୀ ମାନଙ୍କୁ ଅବଗତ କରାଇଥିଲେ ଯେ ସରକାରଙ୍କର ଉନ୍ନତିମୂଳକ କାମ ବିଶେଷ କରି ଜନ ଜାତି ମହିଳା ଛାତ୍ରମାନଙ୍କୁ ଥଇଥାନ କରାଇବାରେ ଓ ନକ୍ସଲବାଦୀଙ୍କୁ ଆତ୍ମସମ୍ପର୍ପଣ କରି ସରକାରଙ୍କ ମୁଖ୍ୟସ୍ରୋତରେ ସାମିଲ ହେବାକୁ ବୁଝାଇଥିଲେ। ଛାତ୍ରମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଏକ ଉଚ୍ଚ ଶିକ୍ଷା ଲାଭ କରି ଏକ ସଂପୂର୍ଣ୍ଣ ଭାରତ ଦେଶଗଠନ କରିବାରେ ସହାୟକ ହେବାପାଇଁ।ବିଗତ ବଣ୍ଡାଘାଟି ଏବଂ ସ୍ୱାଭିମାନ ଅଞ୍ଚଳ ଏବଂ ବର୍ତ୍ତମାନ ବଣ୍ଡାଘାଟି ସ୍ୱାଭିମାନ ଅଞ୍ଚଳର ସ୍ଥିତି ଆକାଶ ପାତାଳ ଫରକ । ଏହି କାର୍ଯ୍ୟକ୍ରମ ରେ ଅଣ୍ଡ୍ରାହଲ ସରପଞ୍ଚ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ,ଛାତ୍ର ଏବଂ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)