ବିଏସଏଫ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ।

0 251

ମାଲକାନଗିରି,୦୯/୦୨(ପିପିଟି): ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲ କ୍ୟାମ୍ପ ଗ୍ରାମ ପଞ୍ଚାୟତ ଠାରେ ବିଏସଏଫ ୮୮- ବାଟାଲିୟନ ଆନୁକୂଲ୍ୟରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ବିଏସଏଫ କମାଣ୍ଡlଣ୍ଟ ମିଷ୍ଟର ତ୍ରିମୃତ୍ତିଙ୍କ ଅଧକ୍ଷତାର କରିଥିବା ବେଳେ ଓ ଅତିଥି ରୂପେ ବିଏସଏଫ ମିଷ୍ଟର ସୁନୀଲ,ଟନେଲକ୍ୟାମ୍ପ ପଞ୍ଚାୟତ ପିଇଓ ରାମେଶ୍ୱର ପୂଜାରୀ, ଜାନିଗୁଡ଼ା ୟୁଜିଏଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ମଲିକ ଓ ଟନେଲ କ୍ୟାମ୍ପ ଆବାସିକ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ସଞ୍ଜୁଲତା ଭୂୟାଁ ଅତିଥିମାନେ ଯୋଗ ଦେଇଥିଲେ । ଆଜି ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମରେ ଟନେଲକ୍ୟାମ୍ପ ପଞ୍ଚାୟତର ୧୨ଗୋଟି ଭଲିବଲ ଟିମକୁ ନେଇ ଭଲିବଲ ଟୁର୍ଣ୍ଣମେଣ୍ଟ କରାଯାଇଥିଲା । ଟନେଲ କ୍ୟାମ୍ପ ପଞ୍ଚାୟତର ଟନେଲକ୍ୟାମ୍ପ,ମଧୁପୁଟିଆ କ୍ୟାମ୍ପ, ଜାନିଗୁଡ଼ା, ଡ଼ାଇକ ୱାନ, ମାଳିଗୁଡ଼ା,ବିଚିତ୍ର ଗୁଡ଼ା, ମହାଦେବ ପୁର, ବାଲି ଗୁଡ଼ା, ଚନ୍ଦ୍ରମଣ୍ଡଳ, ବାଗ୍ରି ଗୁଡ଼ା,ଦୋରାଗୁଡା, ମନ୍ତ୍ରୀପୁଟ ପିପଲଗୁଡ଼ା, ଡୋଲିଗୁଡ଼ା, ପରଜାଗୁଡ଼ା ଗ୍ରାମର ୫୧୮ ପୁରୁଷ, ମହିଳା ଓ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରର ସାମଗ୍ରୀ ଛତା, କମଳ, ଭଲିବଲ ସେଟ, ପାଣି ଫିଲଟର, ପାଠ୍ୟୋପକରଣ,ବସ୍ତ୍ର, ଘରୋପକରଣ ବଣ୍ଟନ କରାଯାଇଥିଲା । ଉପସ୍ଥିତ ଅତିଥିମାନଙ୍କ ଉପସ୍ଥିତିରେ ଭଲିବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ଦଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଟନେଲକ୍ୟାମ୍ପ ପଞ୍ଚାୟତରେ କିଛି ବର୍ଷ ହେଲା ବିଏସଏଫ ତରଫରୁ ବର୍ଷକୁ ଥରେ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.