ବିଏଚପି ତରଫରୁ ରାଜ୍ୟ ସରକାରଙ୍କ ଖ୍ରୀଷ୍ଟିଆନ ମିଶନାରୀଙ୍କୁ ଅହେତୁକ ଅନୁଦାନ ପ୍ରଦାନ ବିରୁଦ୍ଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ।
ବ୍ରହ୍ମପୁର,୧୨/୦୧(ପିପିଟି):ଗଞ୍ଜାମ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ରାଜ୍ୟ ସରକାରଙ୍କ ଖ୍ରୀଷ୍ଟିଆନ ମିଶନାରୀଙ୍କୁ ଅହେତୁକ ଅନୁଦାନ ପ୍ରଦାନ ବିରୁଦ୍ଧରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ଯରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ଖ୍ରୀଷ୍ଟିୟାନ ସଂସ୍ଥା ବିଦେଶରୁ ଆର୍ଥିକ ସହାୟତା ଗ୍ରହଣ କରି ବନବାସି କ୍ଷେତ୍ରରେ ଧର୍ମାନ୍ତି କରଣ କରିବା ତଥା ରାଷ୍ଟ୍ର ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବାର ସୂଚନା ପ୍ରକାରେ କେନ୍ଦ୍ର ସରକାର ବିଦେଶରୁ ଆର୍ଥିକ ସାହାଯ୍ୟ ବନ୍ଦ କରିବା ସଙ୍ଗେ ସଙ୍ଗେ ସନ୍ଦେହ ଘେରରେ ଥିବା ମିଶନାରୀ ମାନଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡିଶା ହିନ୍ଦୁ ବହୁଳ ରାଜ୍ୟ ହେଲେ ସୁଦ୍ଧା ଓଡିଶା ସରକାର ହିନ୍ଦୁ ସମାଜକୁ ଆଘାତ କରି ମିଶନାରୀ ମାନଙ୍କ ଦେଶ ବିରୋଧୀ କାର୍ଯ୍ୟକୁ ପରୋକ୍ଷ ରୂପେ ସମର୍ଥନ କରୁଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତଦନ୍ତ ରିପୋର୍ଟ କୁ ସାର୍ବଜନୀନ ନ କରି ମିଶନାରୀ ମାନଙ୍କୁ ସହାୟତା ପ୍ରଦାନ କରିବା କାର୍ଯ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ ଦୃଢ଼ ଭାବରେ ନିନ୍ଦା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ବିଭାଗ ସଭାପତି ଇ.ଅଶୋକ କୁମାର ପାଳ, ଜିଲ୍ଲା ସଭାପତି ଭାବନି ଶଙ୍କର ଦାସ , ସମ୍ପାଦକ ଅରୁଣ ପ୍ରସାଦ ପାଢ଼ୀ , ରମା କାନ୍ତ ଦାସ , ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ , ନଗର ସଭାପତି , କୃଷ୍ଣ ଚନ୍ଦ୍ର ପାଣଗ୍ରାହୀ , ଭଜରଙ୍ଗ ଦୋଳ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ରେଡ୍ଡୀ , ମହନ୍ତ ହରିହର ଦାସ ଜୀ ମହାରାଜ, ସମାଜସେବୀ ପ୍ରସନ୍ନ ଛୋଟରାୟ ,ସନ୍ତୋଷ କୁମାର ସାହୁ, ସୁରେଶ ଚନ୍ଦ୍ର ବିଷୋୟୀ,ବନ ବିହାରୀ ପଣ୍ଡା, କୃଷ୍ଣକୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ – ଆରତ କୁମାର ହୋତା। )