ବାୟାପଡା ଗ୍ରାମକୁ ପଞ୍ଚାୟତ ଭାବେ ଘୋଷଣା କରିବାକୁ ବିଧାନସଭାରେ ଦାବି ।

0 256

ମାଲକାନଗିରି,୦୬/୦୭(ପିପିଟି): ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ବିଧାନସଭାରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ଗ୍ରାମପଞ୍ଚାୟତର ବାୟାପଡ଼ା ଠାରେ ନୂତନ ଗ୍ରାମ ପଞ୍ଚାୟତ କରିବା ନିମନ୍ତେ ଦାବି ଉପସ୍ଥାପନା କରିଥିଲେ। ବିଧାନସଭାରେ ତାଙ୍କ ଦାବି ଶୁଣିବା ପରେ ଖୁବଶୀଘ୍ର ବାୟାପଡ଼ା ଠାରେ ଏକ ସୁବିଧା କେନ୍ଦ୍ର କରି ସରକାରଙ୍କ ସମସ୍ତ ଯୋଜନା ସେଠାରୁ ଲୋକଙ୍କ ନିମନ୍ତେ ପହଞ୍ଚାଇବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ। ଏହା ସହ ଖୁବ ଶୀଘ୍ର ସେଠାରେ ଗ୍ରାମପଞ୍ଚାୟତ ମଧ୍ୟ କରାଯିବ। ଏହାଦ୍ବାରା ୧୭ ଗୋଟି ଗ୍ରାମର ୫୦୦୦ ରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ। ଏହି ସୁବିଧା କରାଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିତ୍ରକୋଣ୍ଡା ବିଧାୟକ ଓ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.