ବାହାର ରାଜ୍ୟକୁ ଯିବା ବେଳେ ୫ ଜଣ ନାବାଳିକା ଉଦ୍ଧାର ।

0 329

ମାଲକାନଗିରି,୧୨/୦୯(ପିପିଟି):
ମାଲକାନଗିରି ବସଷ୍ଟାଣ୍ଡରୁ ଆଜି ୫ ଜଣ ନାବାଳିକା ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି I ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ବସଷ୍ଟାଣ୍ଡ ପରିସରରେ ଆଜି ମାଥିଲି ବ୍ଲକର ଚେଡଙ୍ଗା, ଗୁରୁଗୁଡା ଓ ଚାଉଳମେନ୍ଦି ଗ୍ରାମରୁ ୫ଜଣ ନାବାଳିକାଙ୍କ ସମେତ ଦୁଇଜଣ ଯୁବକ ଓ ଜଣେ ମହିଳା ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଅଞ୍ଚଳକୁ କୌଣସି ଏକ କାର୍ଯ୍ୟରେ ନିଯୋଜିତ ହେବା ପାଇଁ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଛାଇଲ୍ଡ ଲାଇନ ଓ ପୋଲିସ ଟିମ ସେମାନଙ୍କୁ ଉଦ୍ଧାର କରିଥିଲା । ତଦନ୍ତ ପରେ ଜାଣପଡିଲା ଯେ ସେମାନେ କୌଣସି ଏକ ଠିକା କମ୍ପାନୀରେ ନିୟୋଜିତ ହେବା ପାଇଁ ଯାଉଥିଲେ । ୮ ଜଣଙ୍କ ମଧ୍ୟରୁ ୫ ଜଣ ନାବାଳିକା ଥିବା ଜଣାପଡିଥିଲା ।ସେମାନଙ୍କୁ ଉଦ୍ଧାର କଲା ପରେ ଉକ୍ତ ୫ ଜଣ ନାବାଳିକାଙ୍କୁ ବର୍ତ୍ତମାନ ସ୍ଵଧାର ଗୃହରେ ରଖାଯାଇଥିବା ସହ ଅନ୍ୟ ଦୁଇଜଣ ଯୁବକ ଓ ମହିଳାଙ୍କୁ ପୋଲିସ ଏନେଇ ଅଧିକ ପଚରା ଉଚରା ଜାରି ରଖିଥିବା ଜଣା ପଡିଛି । ତେବେ ଏହି ଚଢଉରେ ଛାଇଲ୍ଡ ଲାଇନର କର୍ମଚାରୀ ସୁକାନ୍ତି ବିଶ୍ଵାଳ, ବିଷ୍ଣୁ ଡାକୁଆଙ୍କ ସହ ସଦର ଥାନାର ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.