ବାହାରିଲା କରୋନା ସଚେତନତା ରଥ ।

0 492

ଭଞ୍ଜନଗର,୨୭/୧୨(ପିପିଟି); କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସମସ୍ତେ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡିଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରଥ ଭଞ୍ଜନଗର ଠାରେ ପହଞ୍ଚିଥିଲା। ଏହାକୁ ଆଜି ସକାଳେ ଭଞ୍ଜନଗର ବିଡ଼ିଓ ଅନୀଲ କୁମାର ସେଠି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଗଞ୍ଜମ ଜିଲ୍ଲାର ୧୦ଟି ବ୍ଲକ ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଥିବା ଜଣାପଡ଼ିଛି।ଜିଲ୍ଲା ସଂସ୍କୃତି ଅଧିକାରୀ ସଂକର୍ଷଣ ପଟ୍ଟନାୟକ,ଜିଲ୍ଲା କଳା ସାଂସ୍କୃତିକ ସଂଘ ଉପସଭାପତି ସନ୍ତୋଷ ପାଢ଼ୀ,ବ୍ଲକ କଳା ସାଂସ୍କୃତିକ ସଂଘ ଉପସଭାପତି ଜଗଦୀଶ ପାଣିଗ୍ରାହୀ,ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମମିତା ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଭାରତ ଲୀଳା ପରିବେଷଣ କରାଯାଇଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ।)

Leave A Reply

Your email address will not be published.