ବାହାଘର ଭୋଜି ଉପରେ ଚଢ଼ାଉ କଲେ ତହସିଲଦାର ଓ ପୋଲିସ, ବନ୍ଧା ହେଲେ ଅୟୋଜକ ।

0 291

ଶେରଗଡ, ୨୧/୦୫(ପିପିଟି); ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନତା ଓ ଲକ୍ ଡ଼ାଉନ୍ ସର୍ଟ ଡ଼ାଉନ ସ୍ୱତ୍ତେ ବି କୋଭିଡ ନିୟମ ଉଲ୍ଲଂଘନ କରିବାର ଦେଖିବାକୁ ମିଳିଛି ଶେରଗଡ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗା ପଦର ଗ୍ରାମରେ ଆଜି କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବାହାଘର ଭୋଜି ଆୟୋଜନ ହେଉଥିବା ଖବର ପାଇ ଶେରଗଡ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଓ ଥାନା ଅଧିକାରିଣୀ ମମତା ସାମନ୍ତରାୟ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହ ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟକୁ ଘର ଘରକୁ ଘର ବୁଲି ବଣ୍ଟନ ବ୍ୟବସ୍ଥା କରିଥିଲେ ଏବଂ ଭୋଜିର ଆୟୋଜକ ପଞ୍ଚାନନ ପ୍ରଧାନ ତାଙ୍କ ପୁଅ ଶଙ୍କର ପ୍ରଧାନ ଓ କାଳଞ୍ଜି ସମାଜ ସଭାପତିଙ୍କ ନାମ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମାମଲା ରୁଜ୍ଜୁ କରିଛନ୍ତି। ଲୋକଙ୍କୁ ସଚେତନତା କରିବା ସହ ବିବାହ ଭୋଜି ନ କରିବାକୁ ତାଗିଦ କରିଥିଲେ ତହସିଲଦାର ଓ ଥାନା ଅଧିକାରିଣୀ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.