କୋଦଳା,୨୦/୦୬(ପିପିଟି):ଆଜି ଏକ ନାବାଳିକା ମହିଳାଙ୍କ ବିବାହ କାର୍ଯ୍ୟକୁ ବନ୍ଦ କରିଛନ୍ତି ବେଗୁନିଆପଡା ବ୍ଲକ ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ତଥା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ । ସୂଚନା ପ୍ରକାରେ ଗୌରାଦେଇପୁର ପଠାଣ ସାହି ବାସିନ୍ଦା ନୁରମିଆଁଙ୍କ ପୁତ୍ର ମଦର ମିଆଁର ବିବାହ କାର୍ଯ୍ୟକ୍ରମ ସେହି ଗ୍ରାମର ଝୁରା ମିଆଁଙ୍କ କନ୍ୟା ନନ୍ଦିନୀ ସହିତ ହେଉଥିବାର କୌଣସି ସୂତ୍ରରୁ ଖବରପାଇ ବାଲ୍ୟବିବାହ ନିରୋଧ ଅଧିକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ କୋଦଳା ସେକ୍ଟର ସୁପରଭାଇଜର କମଳ ପଟ୍ଟନାୟକ,ଗୀତା ଦାଶ, ସୁଲୋଚନା ଦାସ, ସଚ୍ଚିଦା ଦାସ, ଅଙ୍ଗନୱାଡି କର୍ମୀ ରଶ୍ମିତା ଡାକୁଆ ପ୍ରମୁଖ କୋଦଳା ପୋଲିସର ସହାୟତା ନେଇ ସେହି ବିବାହ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ବର କନ୍ୟାଙ୍କ ଆଧାର କାର୍ଡ ଯାଞ୍ଚ କରିବା ପରେ ଉକ୍ତ ଝିଅ ନନ୍ଦିନୀର ବୟସ ୧୭ ବର୍ଷ ୬ ମାସ ହୋଇଥିବାରୁ ଏହା ବେଆଇନ, ଏଣୁ ଏହି ବିବାହ କାର୍ଯ୍ୟ ହୋଇପାରିବ ନାହିଁ ,ବୋଲି ସେହି ଟିମ କହିବା ପରେ ସ୍ଥାନୀୟ ବାସିନ୍ଦା ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତି ରେ ଝିଅକୁ ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ କାର୍ଯ୍ୟକୁ ବନ୍ଦ କରାଗଲା ବୋଲି ବରପକ୍ଷ ଓ କନ୍ୟାପକ୍ଷ ଅଲଗା ଅଲଗା ଲିଖିତ ନିବେଦନ ପତ୍ର ପ୍ରଦାନ କରିଛନ୍ତି ।ଯଦି ଏଥିରୁ ବିଚ୍ୟୁତ ହୋଇ ୧୮ ବର୍ଷ ପୂର୍ବରୁ ବିବାହ କାର୍ଯ୍ୟ କରନ୍ତି ତାହାହେଲେ ଆଇନ ଅନୁଯାଇ ଦଣ୍ଡିତ ହେବୁବୋଲି ଲିଖିତ ପତ୍ର ରେ ସର୍ବସମ୍ମୁଖରେ ଉଲ୍ଲେଖ କରିଥିବା ନେଇ ସିଡିପିଓ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )
Prev Post