ବାଲ୍ୟ ବିବାହ ଉଚ୍ଛେଦ ଓ କିଶୋରୀ ମାନଙ୍କ ସଶକ୍ତିକରଣ ପାଇଁ ବ୍ଲକ ସ୍ତରୀୟ କମିଟି ଗଠିତ ।

0 426

ହିଞ୍ଜିଳିକାଟୁ,ତା-୧୯/୧୧(ପିପିଟି) ;  ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲ୍ୟବିବାହ ରୋକିବା ସହ କିଶୋରୀ ମାନଙ୍କ ସୁରକ୍ଷା ନିମନ୍ତେ ନିର୍ଭୟକଢି ପ୍ରକଳ୍ପର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମନ୍ନିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକରିଣୀ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ଏହି ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର , ତହସିଲଦାର ପ୍ରଭାତ କୁମାର ପରିଡା , ପୌରପରିଷଦ କାର୍ଯ୍ୟ ନିର୍ଵାହି ଅଧିକାରୀ ମନୋରଞ୍ଜନ ସାହୁ , ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ , ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ଏନଆରଏଚ୍ଏମ ର ବ୍ଳକ୍ ପ୍ରକଳ୍ପ ଅଧିକାରୀ ଶସାଙ୍କ ପଣ୍ଡା ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ତରଫେ ଶରତ ଚନ୍ଦ୍ର ମହାରଣା ଏବଂ ବ୍ଳକ୍ ସ୍ତରୀୟ କୁଳ ସମାଜ ତରଫରୁ ଜୈନିକ ସଭ୍ୟ ଏହି କମିଟି ପାଇଁ ମନୋନୀତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ବିନାୟକ ସେଠି , ଆଇସିଡ଼ିଏସ ସୁପେରଭାଇଜର ବନଜା ବେହେରା, ସୋନାଲି ବେହେରା , ପୁଷ୍ପାଳତା ବେହେରା , ମଧୁଳିକା ପାତ୍ର , ମୁକ୍ତା ଦେବୀ,ସାରଦା ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Leave A Reply

Your email address will not be published.