ଯାଜପୁର,ତା- ୨୫/୧୧(ପିପିଟି) : ବାଲ୍ୟ ବିବାହକୁ ରୋକିବାକୁ ସୂଚନା ପ୍ରଦାନକାରୀଙ୍କୁ ପାଞ୍ଚ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ପ୍ରଦାନ କରିଚ୍ଥନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ ସମ୍ୱନ୍ଧୀୟ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ରାଠୋର ବାଲ୍ୟ ବିବାହ ଏକ ଅପରାଧ ଓ ବେଆଇନ କାର୍ଯ୍ୟ ବୋଲି କହିଥିଲେ । ଆଇନ ଅନୁସାରେ ବାଲ୍ୟ ବିବାହ କ୍ଷେତ୍ରରେ ଉଭୟ ବର ଓ କନ୍ୟାଙ୍କ ପିତା, ମାତା. ବିବାହ କାର୍ଯ୍ୟର ମଧ୍ୟସ୍ଥି, ପୁରୋହିତ, ଟେଣ୍ଟ, ଲାଇଟ, ସାଉଣ୍ଡ ଇତ୍ୟାଦି ଓ ବର ଯଦି ସାବାଳକ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଚ୍ଥି । ଅପର ପକ୍ଷରେ ବାଲ୍ୟ ବିବାହ ଦ୍ୱାରା ସଂପୃକ୍ତ ନାବାଳିକାଟି ମାନସିକ, ଶାରୀରିକ ଭାବେ କ୍ଷତିଗ୍ରସ୍ତ ହେଉଚ୍ଥି । କେବଳ ସରକାରୀ ବ୍ୟବସ୍ଥା ଏହାକୁ ପ୍ରତିହତ କରିପାରିବ ନାହିଁ । ଗ୍ରାମ ସ୍ତରରୁ ଜିଲ୍ଳାସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବା, ଝିଅ ମାନଙ୍କର ତଥ୍ୟ ନିରନ୍ତର ଭାବେ ରଖିବା ଝିଅ ପିଲା ମାନଙ୍କୁ ବିଭିନ୍ନ ଯୋଜନା ଯଥା- ସୁକନ୍ୟା ଇତ୍ୟାଦି ଯୋଜନାରେ ସାମିଲ କରିବା ସେମାନଙ୍କୁ ଶିକ୍ଷା ବା ଧନ୍ଦା ମୂଳକ ଶିକ୍ଷାରେ ସାମିଲ କରିବା ଦ୍ୱାରା ବାଲ୍ୟ ବିବାହକୁ ରୋକାଯାଇପାରିବ ବୋଲି ଜିଲ୍ଲାପାଳ କହିଥିଲେ । ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ, ଅନୁସୂଚିତ ଜନଜାତି ବହୁଳ ଅଳ ଦାନଗଦୀ ଓ ସୁକିନ୍ଦାରେ ଯେହେତୁ ବାଲ୍ୟ ବିବାହର ସଂଖ୍ୟା ଅଧିକ ରହୁଚ୍ଥି । ସେଠାରେ ବ୍ୟାପକ ସଚେତନତା କରିବା, ଡ୍ରପ୍ ଆଉଟ୍ ପିଲାଙ୍କ ସଂପର୍କରେ ସୂଚନା ରଖିବା, ଗୋଷ୍ଠୀ ସ୍ତରରେ ବାଲ୍ୟ ବିବାହର ଅପକାରିତା ସଂପର୍କରେ ଅବଗତ କରାଇବା, ଆର୍ଥିିକ ଅନଗ୍ରସର ଥିବା ୧୪ ବର୍ଷରୁ ୧୮ ବର୍ଷ ମଧ୍ୟର ବାଳିକା ମାନଙ୍କୁ ଡି.ଏମ୍.ଏଫ୍. ରୁ ଆର୍ଥିକ ସହଯୋଗ ଦେବାକୁ ନିଷ୍ପି ନିଆଗଲା । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର, ସମାଜସେବୀ ଡା. ରାଜ କିଶୋର ପଣ୍ଡା, ପ୍ରୋଗ୍ରାମ ଅପିଂସର ମଞ୍ଜୁଳା ରଥ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସୁବାଷ ଚନ୍ଦ୍ର ସାମଲ, ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା ତପନ ପଣ୍ଡା , କର୍ମକର୍ତ୍ତା କାଳନ୍ଦୀ ଚରଣ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାରେ ବାଲ୍ୟ ବିବାହର ସ୍ଥିତି ସଂପର୍କରେ ଅବଗତ କରାଇବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ, ଗ୍ରାମ, ପାୟତ ଓ ବ୍ଲକ ସ୍ତରରେ ବାଲ୍ୟ ବିବାହ ରୋକିବା ପାଇଁ ଟାସ୍କ ଫୋର୍ସ କମିଟି ଗଠନ ଓ ସାଳନ ପାଇଁ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି ।