ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଓ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ।

0 250

ବେଲଗୁଣ୍ଠା,୩୧/୦୭(ପିପିଟି): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ସହିତ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା କୁମାରୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଟି.ବବିତା କୁମାରୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ୍, ଭାସ୍କର ପାତ୍ର, ପ୍ରିୟମ୍ବଦା ସାମଲ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ବିଦ୍ୟାଳୟ ପରି ଚାଳନା କମିଟି ଅଧ୍ୟକ୍ଷ ରଞ୍ଜିତ୍ କୁମାର ସାମଲ, ବିଜୟ କୁମାର ସ୍ୱାଇଁ, ରୋଟାରୀ କ୍ଲବ୍ ସଭାପତି ମଧୂସୂଦନ ମହାପାତ୍ର,ଚିନଂ ଲିଙ୍ଗରାଜ ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶିକ୍ଷୟିତ୍ରୀ ସବିତା ପ୍ରଭା ପାଢ଼ୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ସୁମତି ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ଦାସ, ଜ୍ୟୋତ୍ସ୍ନା କୁମାରୀ ସେଠୀ, ଅନସୁୟା ଦାସ, ଇତିଶ୍ରୀ ମହାପାତ୍ର, ସଙ୍ଗୀତା ମହାନ୍ତି, ସ୍ଵପ୍ନା କୁମାରୀ ଖଡଗରାୟ ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.