ପୋଲସରା,୨୬/୦୧(ପିପିଟି): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୋଲସରା ବ୍ଲକ ବାଲିଛାଇ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ସିଲୁ ବେହେରା ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ଲାଭ କରିଛନ୍ତି। ଡୁଙ୍ଗୁରି ଗ୍ରାମରେ ବିଧାୟକ ଶ୍ରୀକାନ୍ତ ସାହୁ ପହଞ୍ଚି ନବ ନିର୍ବାଚିତ ସରପଞ୍ଚ ପ୍ରାର୍ଥୀନିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।