ବାଲିଗୁଡା,୧୯/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ଠାରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ କୋଭିଡ୍ ଟୀକା କରଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବା ସହ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉପଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟ ଠାରେ ସ୍ଥାପନ କରାଯାଇଥିବା ଟୀକା କରଣ କେନ୍ଦ୍ରକୁ ଯାଇ ସେଠାରେ ପ୍ରଥମ କୋଭିଡ୍ ଟୀକା ନେଇଥିଲେ ପରେ ବାଲିଗୁଡା ବି.ଡି.ଓ ଜଗଦିଶ ଷଢଙ୍ଗୀଙ୍କ ସମତ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କୋଭିଡ୍ ଟୀକା ନେଇଥିଲେ । ସହକାରୀ ଜିଲ୍ଲାପାଳ ହଳଧର ନାୟକ ନିଜେ ଟୀକା ନେବା ସହିତ ସମସ୍ତ କର୍ମଚାରୀଙ୍କୁ ଟୀକା ନେବାପାଇଁ ପ୍ରୋତ୍ସାହନ ଦେଇଛନ୍ତି । ବାଲିଗୁଡାର ତିନୋଟି କେନ୍ଦ୍ର ରେ ମୋଟ ୪୫୩ ଜଣଙ୍କୁ ଟୀକା ଦିଆଯାଇଥିଲା । ଟୀକା ନେବାପରେ ସମେସ୍ତ ସୁସ୍ଥ ଅଛନ୍ତି ବୋଲି ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ବିଜୟ କୁମାର ସୁର ସୂଚନା ପ୍ରଦାନ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )
Next Post