ବାଲିଗୁଡାରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ଶାନ୍ତି ଶୃଙ୍ଖଳାର ସହ ଶେଷ ।

0 244

ବାଲିଗୁଡା,୨୯/୦୪(ପିପିଟି): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ପ୍ରଥମ ଦିନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ବାଲିଗୁଡା ଠାରେ ପରୀକ୍ଷାର୍ଥୀ ମାନେ ମାଟ୍ରିକ ପରୀକ୍ଷା ୩ ଗୋଟି ସେଣ୍ଟର ରେ ହୋଇଥିଲା । ସେଣ୍ଟର ଗୁଡିକ ହେଲା ବାଲିଗୁଡାର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବଡ଼ଗାଁ ଠାରେ ହୋଇଥିଲା । ବାଲିଗୁଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ୧୮୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୧ ଜଣ ପରୀକ୍ଷା ଦେଇଥିଲେ । ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ରେ ୨୦୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୯ ଜଣ ପରୀକ୍ଷା ଦେଇଥିଲେ । ବଡ଼ଗାଁ ସେଣ୍ଟର ର ପରୀକ୍ଷା ଖବର ଆମର ହସ୍ତଗତ ହୋଇ ପାରିନାହିଁ । ଏହି ସେଣ୍ଟର ମାନଙ୍କରେ ସରସ୍ବତୀ ଶିଶୁମନ୍ଦିର,ବନବାସୀ ସେବା ସମିତି ଏବଂ କୁଟିକିଆ ର ପରୀକ୍ଷାର୍ଥୀ ଏହି ସେଣ୍ଟର ରେ ପରୀକ୍ଷା ଦେଇଥିଲେ । ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଥିବାର ଦେଖିବାକୁ ମିଳିଥିଲା।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.